କନକ ବ୍ୟୁରୋ : କଟକ ମିଶନ ରୋଡରେ ରୁହନ୍ତି ନନ୍ଦକିଶୋର ଲାଲ । ବୟସ ୭୩ ଛୁଇଁଲାଣି । ହେଲେ ନିଶା ତାଙ୍କର କମିନି । ପିଲାବେଳରୁ ବିଭିନ୍ନ ଦେଶର କଏନ, ନୋଟରୁ ନେଇ ପୋଷ୍ଟାଲ ଷ୍ଟାମ୍ପ ସଂଗ୍ରହ କରି ରଖୁଛନ୍ତି । ପୁରୀରେ ଜନ୍ମ ଗ୍ରହଣ କରିଥିବା ନନ୍ଦଲାଲ ଛୋଟବେଳରୁ ପେପର ପଢି ଅନେକ ତଥ୍ୟ ସଂଗ୍ରହ କରିଛନ୍ତି । ବିଭିନ୍ନ ସ୍ଥାନରୁ ତଥ୍ୟ ଗ୍ରହଣ କରିବା ସହ ଏହି ବିଦେଶ ନୋଟ୍ କଏନ୍ ସଂଗ୍ରହ କରିବାକୁ ମନବଳାଇଥିଲେ । ପିଲାବେଳରୁ ଏହି ସଂଗ୍ରହ କାମରେ ଲାଗିପଡିଥିବା ବେଳେ ଏବେ ବି ସଂଗ୍ରହ ଜାରି ରଖିଛନ୍ତି । ଏସବୁ ନେଇ ଘରେ କରିଛନ୍ତି ସଂଗ୍ରହାଳୟ । ଏଥିରେ ରଖିଛନ୍ତି ୩ଶହରୁ ଅଧିକ ଦେଶର ନୋଟ୍ କଏନ୍ । ଯେଉଁଥିରେ ଆମେରିକା, ପୋଲାଣ୍ଡରୁ ନେଇ ଅଷ୍ଟ୍ରେଲିଆ , ଇଂଲଣ୍ଡ ଭଳି ପାଉଣ୍ଡ, ଡଲାର, ଡିନାର କଏନ୍ ଓ ନୋଟ୍ ରଖିଛନ୍ତି । ଏସବୁ ପିଲାମାନଙ୍କୁ ଦେଖାଇବା ସହ ବହୁ ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଛନ୍ତି । ଏନେଇ ପ୍ରତିଦିନ ତାଙ୍କ ସଂଗ୍ରହାଳୟରେ ଲାଗୁଛି ଭିଡ ।

Advertisment

ପିଲାବେଳରୁ ଆରମ୍ଭ ହୋଇଥିବା ନିଶା ତାଙ୍କର କମିନି । ପ୍ରତ ଦୁଇ ଦିନକୁ ଥରେ ପୋଷ୍ଟାଲ ଯାଇ ଦେଖନ୍ତି ଦେଶ ବିଦେଶରୁ କଣ ଆସିଛି ନୂଆ ଷ୍ଟାମ୍ପ । ୧୯୪୭ ପରଠାରୁ ପ୍ରାୟ ୩ ହଜାର ଷ୍ଟାମ୍ପକୁ ସାଇତି ରଖିଛନ୍ତି ନନ୍ଦଲାଲ । ସବୁଠି ଚିହ୍ନ କରିଛନ୍ତି କେଉଁ ଷ୍ଟାମ୍ପ କେଉଁ ଅଂଚଳର । ନିଜ ସଂଗ୍ରହାଳୟରେ ଏହିସବୁ ସାଇତି ରଖିବା ସହ ଲୋକମାନଙ୍କୁ ପ୍ରଦର୍ଶୀତ କରାଉଛନ୍ତିା

ନନ୍ଦକିଶୋର ଲାଲଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।