କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ । କହିଲେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ ମୋଦି : କଂଗ୍ରେସର ଦାବି, ଜବାବ ଦିଅନ୍ତୁ ପ୍ରଧାନମନ୍ତ୍ରୀ

Advertisment
ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରିବ ଭାରତ । ଅହମ୍ମଦାବାଦ, ଆଗ୍ରା ଓ ଦିଲ୍ଲୀ, ତିନିଟି ପର୍ଯ୍ୟାୟରେ ହେବ ଗସ୍ତ କାର୍ଯ୍ୟକ୍ରମ । ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଆମେରିକା ରାଷ୍ଟ୍ରପତି ।

image courtesy - indianexpress.com

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ବିବାଦ । ଟ୍ରମ୍ପ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ବେଳେ ଟ୍ରମ୍ପ ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରାୟ ଦୁଇ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ବେଳେ କାଶ୍ମୀର ପ୍ରସଙ୍ଗ ଉଠିଥିଲା, ଆଉ ସେତେବେଳେ ମଧ୍ୟସ୍ଥତା କରିବାକୁ ମୋଦି ପଚାରିଥିବା ଟ୍ରମ୍ପ କହିଛନ୍ତି ।

publive-imageକାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ରାଜିଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଆମେରିକା ଗସ୍ତରେ ଅଛନ୍ତି । ହ୍ୱାଇଟ୍ ହାଉସରେ ଦୁଇ ନେତାଙ୍କ ସାକ୍ଷାତ ବେଳେ ଜଣେ ସାମ୍ବାଦିକ କାଶ୍ମୀର ବିଷୟରେ ପ୍ରଶ୍ନ କରିଥିଲେ । ଏହାର ଉତର ଦେଇ ଇମ୍ରାନ୍ କାଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିଥିଲେ । ଆମେରିକା କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଦରକାର ବୋଲି କହିଥିଲେ ଇମ୍ରାନ୍ ଖାନ୍ । ତେବେ ସବୁଠୁ ବଡ଼ କଥା ହେଲା ଉଭୟ ନେତାଙ୍କ ବୈଠକ ପରେ ହ୍ୱାଇଟ୍ ହାଉସରୁ ଜାରି ବୁଲେଟିନରେ କାଶ୍ମୀର ପ୍ରସଙ୍ଗରେ କିଛି କୁହାଯାଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe