କନକ ବ୍ୟୁରୋ: ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆସି ଯାଜପୁରରେ ଦୀର୍ଘ ଦିନ ରହିଥିଲା । ହେଲେ ପୋଲିସ ଜାଣିନପାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଯାଜପୁରରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ ଗିରଫ ହେବା ପରେ ଏଭଳି ପଶ୍ନ ଉଠିଛି । କୁପୱାରର ସୟିଦ ବୁଖାରୀକୁ ଗତକାଲିି କ୍ରାଇମବ୍ରାଞ୍ଚ ଏସଟିଏଫ ଯାଜପୁରରୁ ଗିରଫ କରିଥିଲା ।
୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ଏପରିକି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ବୁଖାରୀକୁ ଗିରଫ ପରେ ଚଣ୍ଡିଖୋଲ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି । ଅପରାଧର ବିବିରଣୀ ଆସିନଥିବାରୁ ଗତକାଲି ଜାମିନ ଆବେଦନର ଶୁଣାଣି ହୋଇପାରିନାହିଁ ।
ଲୁଚିବା ପାଇଁ ବୁଖାରୀ ଓଡିଶାକୁ କାହିଁକି ବାଛିଥିଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୟିଦଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଥିଲେ? ଆଇଏସଆଇ ସହ ସୟିଦର କି ସମ୍ପର୍କ ଥିଲା? ଓଡିଶାରେ ରହି କିଛି ଆତଙ୍କୀ ଷଡଯନ୍ତ୍ର କରୁଥିଲା କି ଏଭଳି ପ୍ରଶ୍ନ ଉଠିଛି ।