ପୁଣି ଅନନ୍ତନାଗରେ ଢେଲାମାଡ ! ଢେଲାମାଡରେ ଚାଲିଗଲା ଟ୍ରକ୍ ଡ୍ରାଇଭରଙ୍କ ଜୀବନ

ପୁଣି ଅନନ୍ତନାଗରେ ଢେଲାମାଡ ! ଢେଲାମାଡରେ ଚାଲିଗଲା ଟ୍ରକ୍ ଡ୍ରାଇଭରଙ୍କ ଜୀବନ

source : IndiaToday

କନକ ବ୍ୟୁରୋ : ଅନନ୍ତନାଗରେ ପୁଣି ଥରେ ଢେଲାମାଡ ହୋଇଥିବା ନେଇ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ପ୍ରତିବାଦକାରୀଙ୍କ ଢେଲାମାଡରେ ଘଟଣାସ୍ଥଳରେ ଜଣେ ଟ୍ରକ ଡ୍ରାଇଭରଙ୍କ ଜୀବନ ଯାଇଛି । ରବିବାର ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରତିବାଦକାରୀଙ୍କ ଢେଲା ମାଡ଼ ଯୋଗୁଁ ଜଣେ ବେସାମରିକ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।ସ୍ଥାନୀୟ ଅଞ୍ଚଳ ଜ୍ରାଦିପୋରା ବାସିନ୍ଦା ୪୨ ବର୍ଷିୟ ନୂର୍ ମହମ୍ମଦ୍ ଘରକୁ ଫେରୁଥିବା ବେଳେ ପ୍ରତିବାଦକାରୀମାନେ ତାଙ୍କ ଟ୍ରକ୍କୁ ନିରାପତ୍ତା ବଳଙ୍କ ଯାନ ଭାବି ଢେଲା ଫିଙ୍ଗିଥିଲେ।

publive-image source : Brighter Kashmir

ମୁଣ୍ଡରେ ଆଘାତ ଲାଗିଥିବା ସେହି ଟ୍ରକ୍ ଚାଳକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ମେଡିକାଲରେ ପହଞ୍ଚିବା ବେଳକୁ ତାଙ୍କର ମୁତ୍ୟୁ ହୋଇଥିବା ନେଇ ଡାକ୍ତରମାନେ ସୂଚନା ଦେଇଥିଲେ । ପୁଲିସ କହିଛି ପ୍ରତିବାଦକାରୀମାନେ ସାଧାରଣ ନାଗରିକମାନଙ୍କ ଉପରକୁ ମଧ୍ୟ ଢେଲା ଫିଙ୍ଗୁଛନ୍ତି। ଏ ମାସର ପ୍ରାରମ୍ଭିକ ସମୟରେ ଶ୍ରୀନଗର ସହରର ଢେଲାମାଡ଼ ଯୋଗୁଁ ଜଣେ ୧୧ ବର୍ଷୀୟ ବାଳିକା ଆଖିରେ ଆଘାତ ଲାଗିଥିଲା। ତେବେ ଏହି ଘଟଣା ପ୍ରଘଟ ହେବାପରେ ଯେଉଁମାନେ ଏପରି ଘଟଣା ଘଟାଇଛନ୍ତି ସେମାନଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe