କନକ ବ୍ୟୁରୋ: ସୋମବାର ସନ୍ଧ୍ୟା ସମୟରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି କରିଛନ୍ତି ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲା ଛୋଟାଗାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବ୍ୟକ୍ତି ଜଣକ ସୁନୋ କୁମାର ବାଲାଜୀ । ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିରେ ୭ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ସିଆରପିଏଫ୍ ଯବାନ୍ ଥିବାବେଳେ ୪ଜଣ ଶ୍ରମିକ ଥିବା ଜଣାପଡିଛି । ଶ୍ରମିକମାନେ ବିହାରର ବୋଲି ଜଣାପଡିଛି । ସେମାନେ ପୁଲୱାମାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଆତଙ୍କବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀର ବାହିନୀ ବିଭିନ୍ନ ଅଞ୍ଚଳରୁ ୪ଜଣ ଲସ୍କର-ଏ – ତୋୟବା ସହଯୋଗୀଙ୍କୁ ଗିରିଫ କରିଛି । ବାନ୍ଦିପୋରା ପୋଲିସ ମଧ୍ୟ ୪ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି ।