କାଶ୍ମୀରୀ ଝିଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ସେୟାର କରାଯାଉଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ପ୍ରଶଂସା କରାଯାଉଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଭିଡିଓ ବରଫ ବର୍ଷାର ରିପୋଟିଙ୍ଗ କରୁଥିବା ଜଣେ କିଶୋରୀଙ୍କ । ଏଥିରେ ସେ ପ୍ରୋଫେସନାଲ ଢ଼ଙ୍ଗରେ ବରଫ ବର୍ଷାକୁ ନେଇ ରିପୋର୍ଟିଙ୍ଗ କରୁଛନ୍ତି ।
A schoolgirl from #Shopian is reporting about snowfall. Watch this aspiring journalist’s report. #kashmirpic.twitter.com/QSKYAopZ6h
— Fahad Shah (@pzfahad) February 8, 2019
ଝିଅର ନାଁ ଜଣାପଡିନି କିନ୍ତୁ ସେ ସୋପିୟାଁର ନିବାସୀ । ବରଫ ବର୍ଷା ପରେ କିଛି ଶିଶୁ ସେଥିରେ ଏକ ସୁଡଙ୍ଗ ତିଆରି କରିଥିଲେ । ଝିଅଟି ସେହି ସୁଡଙ୍ଗର ସୂଚନା ନ୍ୟୁଜ୍ ରିପୋର୍ଟ ଆକାରରେ ଦେଉଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାର୍ବଲର ଏକ ଛୋଟ ଖଣ୍ଡକୁ ମାଇକ୍ ଭଳି ଧରିଛନ୍ତି ଓ ବରଫ ବର୍ଷା ଓ ସୁଡଙ୍ଗ ବିଷୟରେ ଜଣାଉଛନ୍ତି । ସେ ସୁଡଙ୍ଗ ଭିତରେ ଥିବା ଦୁଇ ଛୋଟ ଛୁଆଙ୍କ ଇଣ୍ଟରଭ୍ୟୁ ମଧ୍ୟ ନେଉଛନ୍ତି । ସେ କହୁଛନ୍ତି କି, ଅଭିଭାବକ ପିଲାଙ୍କୁ ବାରମ୍ବାର ପଢ଼ିବାକୁ କହନ୍ତି, ପାଠପଢ଼ାରୁ ବଂଚିବା ପାଇଁ ସେମାନେ ସିକ୍ରେଟ୍ ଟନେଲ ନିର୍ମାଣ କରିଛନ୍ତି । ଅନେକ ଲୋକ ଟ୍ୱିଟରରେ ଝିଅର ଭିଡିଓକୁ ସେୟାର କରି ବହୁତ ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/kashmir-little-girl-reporting-1024.jpg)