ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ଯୁବକଙ୍କୁ ଫସାଇ ସୀମା ପାର କରାଉଛନ୍ତି । ଆଇଏସଆଇ ଯୁବକଙ୍କୁ ଜିହାଦ୍ ର ନାଁ କହି ପାକିସ୍ତାନ ନେଇଯାଉଛନ୍ତି । ଏଭଳି କଥା କହିଛନ୍ତି ସେଠାରୁ ଆସିଥିବା ୩ ଜଣ ଯୁବକ । ଏକ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ହୋଇଛି ଯେ କାଶ୍ମୀରର ଅନେକ ଯୁବକ ଆଇଏସଆଇର କବଳରେ ଏଭଳି ଭାବେ ଫସିଛନ୍ତି । ପାକିସ୍ତାନ ଚାଲିଯାଇଥିବା ୩ ଜଣ ଯୁବକ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ଜିହାଦ୍ ନାଁରେ ଫସାଇ ପାକ୍ ନିଆଯାଇଥିଲା କେବଳ ସେମାନେ ନୁହଁନ୍ତି ଏଭଳି ଅନେକ ଯୁବକଙ୍କୁ ସେଠାରେ ଜିହାଦ୍ ନାଁରେ ଫସାଇ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରୋତ୍ସାହନ କରାଯାଉଛି । ସେଠାରୁ କାହିଁକି ଆସିବା କଥା ପଚରାଯିବାରୁ ଯୁବକ କହିଥିଲେ ଯେ ଆମେ ଯେଉଁଭଳି ଭାବେ ଚିନ୍ତା କରି ସେଠାକୁ ଯାଇଥିଲୁ ସେଭଳି କଥା ନଥିଲା । ତେବେ ସେଠାରେ ଥିବା ଅନ୍ୟ କାଶ୍ମୀର ଯୁବକ ମଧ୍ୟ ଘରକୁ ଫେରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହଁ ପାକ୍ ଜେଲରେ ମଧ୍ୟ ଅନେକ କାଶ୍ମୀର ଯୁବକ ବନ୍ଦୀ ଥିବା କଥା ସେ କହିଥିଲେ । ରିପୋର୍ଟ ଅନୁସାରେ , ଯେଉଁ ୩ ଜଣ ଯୁବକ ପାକିସ୍ତାନରୁ ଘରକୁ ଫେରିଛନ୍ତି ସେମାନେ ସେଠାରେ ୧୪ ମାସ ଥିଲେ । ଏହି ଯୁବକମାନେ ସାଢେ ୩ ମାସ ଜେଲରେ ବନ୍ଦ ଥିଲେ ।
ଆଇଏସଆଇ କବଳରୁ ବାହାରିଥିବା ୩ କାଶ୍ମୀର ଯୁବକଙ୍କ ଖୁଲାସା ! ଜିହାଦ୍ ନାଁରେ ଆମକୁ ଫସାଇ ପାକିସ୍ତାନ ନିଆଯାଇଥିଲା ।
/kanak/media/post_attachments/wp-content/uploads/2019/03/RR-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)