କନକ ବ୍ୟୁରୋ: କାଶ୍ମୀରରେ ବହୁ ସଂଖ୍ୟାରେ ସେନା ମୁତୟନ ନେଇ ହଲଚଲ ଚାଲିଥିବା ବେଳେ ଆଜି ଅଚାନକ ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଡକା ଯାଇଥିବା ଏହି ବୈଠକ ଆଉ କିଛି ସମୟ ପରେ ବସିବାକୁ ଯାଉଛି । ବୈଠକ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ତେବେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ସଂସଦରେ ଉପସ୍ଥିତ ରହିବାକୁ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି ବିଜେପି । ୭ତାରିଖ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି ।

Advertisment

publive-image

ଅନ୍ୟପଟେ, କାଶ୍ମୀରରେ ଏତେ ସଂଖ୍ୟାରେ ଯବାନଙ୍କ ମୁତୟନ ନେଇ ଆଶା ଓ ଆଶଙ୍କା ବଢିଯାଇଛି । କଣ ହୋଇପାରେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି । ଏବେ ଟିକେ ନଜର ପକାନ୍ତୁ କଣ ହୋଇପାରେ ସମ୍ଭାବନା ।

ପ୍ରଥମ କଥା ହେଲା-ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ୩୫-ଏକୁ କେନ୍ଦ୍ର ସରକାର ହଟାଇଦେଇପାରନ୍ତି । ଆଉ ଏହାକୁ କାର୍ଯ୍ୟର୍କାରୀ କରିବା ପୂର୍ବରୁ ସୁରକ୍ଷା ସ୍ଥିତିକୁ ସୁଦୃଢ କରାଯାଇଥାଇପାରେ ।

ଦ୍ୱିତୀୟ କଥା ହେଲା-ଜଟିଳ ସ୍ଥିତିକୁ ଦେଖି ଜାମ୍ମୁ-କାଶ୍ମୀରର ବିଭାଜନ କରାଯାଇପାରେ । ଜମ୍ମୁ ହୋଇପାରେ ସ୍ୱତନ୍ତ୍ର ରାଜ୍ୟ । କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର ।

ତୃତୀୟ କଥା ହେଲା- ଏଭଳି ସୁରକ୍ଷା ବିଧାନସଭା ପାଇଁ ପ୍ରସ୍ତୁତି ବୋଲି ବି ଚର୍ଚ୍ଚା ହେଉଛି । ପରିସ୍ଥିତିକୁ ଅନୁକୂଳ କରିବାକୁ ଏଭଳି ବଡ ଧରଣର ସେନା ମୁତୟନ ବୋଲି କୁହାଯାଉଛି ।

ଚତୁର୍ଥ କଥା ହେଲା- ଆତଙ୍କବାଦୀଙ୍କ ମୂଳପୋଛ କରିବା ପାଇଁ ସରକାର ଏଭଳି ଯୋଜନା ହାତକୁ ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପଂଚମକଥା ହେଲା- ମୋଦି କିଛି ଅପ୍ରତ୍ୟାସିତ ନିଷ୍ପତ୍ତି ନେଇପାରନ୍ତି । ଆଗକୁ ସେ ଅପ୍ରତ୍ୟାଶିତ ନିଷ୍ପତି ନେବାରେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି । ଅଗଷ୍ଟ ୧୫ରେ କାଶ୍ମୀରର ପ୍ରତ୍ୟେକ ପଂଚାୟତରେ ବିଜେପି ପତାକା ଉତ୍ତୋଳନ କରିବ । ମୋଦି ଘାଟିକୁ ଯିବା ବି ଚର୍ଚ୍ଚା ହେଉଛି । ତେଣୁ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଅନୁମାନ କରାଯାଉଛି ।