କନକ ବ୍ୟୁରୋ : କ୍ରାଇମବ୍ରାଂଚ ଏସଟିଏଫ କବଜାରେ କାଶ୍ମୀରର ସନ୍ଦିଗ୍ଧ ଯୁବକ । ଦେଶ ବିରୋଧୀ କାର୍ଯ୍ୟକଳାପ ଓ ଜାଲିଆତି ଅଭିଯୋଗରେ ଯାଜପୁର ଧର୍ମଶାଳାରୁ ଏହି ବହୁରୂପୀ ଯୁବକ ସୟିଦ ଇଶାନ ବୁଖାରୀକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । ବୁଖାରୀରର ଘର କାଶ୍ମୀରର କୁପୱାରାରେ ବୋଲି ଜଣାପଡିଛି । ତେବେ ଜାଗା ଦେଖି ବହୁରୂପୀ ଏଣ୍ଡୁଅ ଭଳି ନିଜର ପରିଚୟ ବଦଳାଉଥିଲା ବୁଖାରୀ । କେତେବେଳେ ନିଜକୁ ନ୍ୟୁରୋ ସର୍ଜନ ବୋଲି କହୁଥିଲା ତ କେତେବେଳେ ପିଏମଓ ଅଫିସର ଅଧିକାରୀ ବୋଲି ପରିଚୟ ଦେଉଥିଲା । ଏନଆଇଏ ଅଧିକାରୀଙ୍କ ସହ ସଂପର୍କ ଥିଲା ବୋଲି ବି କହୁଥିଲା । ବୁଖାରୀ ନିକଟରୁ ଜାଲି ବିଦେଶୀ ମେଡିକାଲ ଡକୁମେଂଟ ସହ ବହୁ ପରିମାଣର କାଗଜପତ୍ର ଜବତ ହୋଇଛି ।
ସୟଦ ଇଶାନ ବୁଖାରୀ କେବଳ ଜଣେ ବହୁରୂପୀ ନଥିଲା, ବରଂ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥିଲା । ମିଛ ପ୍ରତିଶ୍ରୃତି ପାଇ ଅନେକ ସୁନ୍ଦରୀ ଝିଅ ତା ପ୍ରେମରେ ପଡୁଥିଲେ । ଆଉ ପରେ ସେମାନଙ୍କୁ ବିବାହ କରୁଥିଲା । ଝିଅମାନଙ୍କୁ ଏଭଳି ପ୍ରେମଜାଲରେ ଫସାଉଥିଲା ଯେ, ମହାରାଷ୍ଟ୍ର, ୟୁପି, ପଞ୍ଜା କେରଳ ଓ ଓଡିଶା ସମେତ ବିଭିନ୍ନ ସ୍ଥାନରେ ୬ରୁ ୭ ଜଣ ସ୍ତ୍ରୀ ଥିବା ନେଇ ସୂଚନା ପାଇଛି ଏସଟିଏଫ । ଆଉ ସମସ୍ତଙ୍କୁ ସେ ପ୍ରେମ ବିବାହ କରିଥିଲା । ଓଡିଶାରେ ତାର ଜଣେ ସ୍ତ୍ରୀ ଓ ଝିଅ ଅଛନ୍ତି । ୨୦୧୮ ମସିହାରୁ ସେ ଓଡିଶାରେ ରହୁଥିଲା । କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ଇଶାନ ଉପରେ ନଜର ରଖାଯାଇଥିଲା । ଯାଂଚ ବେଳେ ସେ ନକଲି ଡାକ୍ତର ବୋଲି ଜଣାପଡିଥିଲା । ପରେ ଘରେ ଚଢାଉ କରାଯାଇ ଅନେକ ଜାଲ କାଗତପତ୍ର ଜବତ କରାଯାଇଛି । ଆତଙ୍କୀ ଲିଙ୍କ ଧରାପଡିବା ପରେ ଏନଆଇଏ ଓ ଇଂଟେଲିଜେନ୍ସ ବ୍ୟୁରୋ ସହ ସହ ଯୋଗାଯୋଗରେ ଅଛି କ୍ରାଇମବ୍ରାଂଚ ଏସଟିଏଫା ତଦନ୍ତ ବେଳେ ଜଣାପଡିିଛି
-୨୦୧୮ରୁ ଓଡିଶାରେ ରହୁଥିଲା ବୁଖାରୀ
-ପାକିସ୍ତାନ ଲୋକଙ୍କ ସହ ଲିଙ୍କ୍ରେ ଥିଲା ବୁଖାରୀ
-କାଶ୍ମୀର ପୁଲିସର ୱାଂଟେଡ ତାଲିକାରେ ସାମିଲ
-ପାକିସ୍ତାନର ଆଇଏସଆଇ ଓ କେରଳର କିଛି ଦେଶ ବିରୋଧୀ ସଙ୍ଗଠନ ସହ ସମ୍ପର୍କ
ଏବେ ଅଧିକ ତଥ୍ୟ ପାଇଁ ସଇଦ ଇଶାନ ବୁଖାରୀକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ କ୍ରାଇମବ୍ରାଂଚ ।
ବୁଖାରୀଙ୍କ ଠାରୁ ୪ଟି ମୋବାଇଲ ଜବତ ହୋଇଛି । ଏହାର ଯାଂଚ ପାଇଁ ଏସଏଫଏସଲକୁ ପଠାଯାଇଛି । ପ୍ରଶ୍ନ ଉଠୁଛି
-ଆତଙ୍କୀ ଲିଙ୍କରେ ସେ ଜଣେ ନା ଅନ୍ୟ କିଏ ସାମିଲ ଥିଲେ?
-ଆଇଏସଆଇ ବୁଖାରୀର ସମ୍ପର୍କ ରହିଥିଲା କି?
-ଓଡିଶା ବିରୋଧରେ କିଛି ଷଡଯନ୍ତ୍ର ଚାଲିଥିଲା କି?