କଶ୍ମୀରରୁ ଗିରଫ ହେଲା ଆତଙ୍କବାଦୀ । ଲସ୍କର ଏ ତୋଏବା ଆତଙ୍କି ସଂଗଠନରୁ ସମ୍ପର୍କ ଥିବା ସୂଚନା

208

ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲାର ସୋପୁର୍ରେ ଜଣେ ଏଲଇଟି (ଲସ୍କର ଏ ତୋଏବା) ଆତଙ୍କବାଦୀ ଗିରଫ ହୋଇଛି। ମିଳିତ ସୁରକ୍ଷା ବାହିନୀ ଆଜି ସୋପୁର୍ରେ ତଲାସୀ ଚଳାଇଥିବା ବେଳେ ଏଲଇ୍ଟି ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଥିଲେ। ତା’ର ନାମ ଡାନିସ ଚନ୍ନା ଏବଂ ସେ ବାରମୁଳା ଓଲ୍ଡ ଟାଉନ୍ ବାସିନ୍ଦା ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ଗତ ୧୫ ଦିନ ହେବ ସୋପୁର୍ରେ ସକ୍ରିୟ ଥିଲା। ତା’ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ମଧ୍ୟ ଲସ୍କର ସହ ଜଡ଼ିତ ୩ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଥିଲେ ଏବଂ ସେମାନଙ୍କ ନିକଟରୁ ହ୍ୟାଣ୍ଡ୍ ଗ୍ରେନେଡ୍ ଜବତ କରାଯାଇଥିଲା।