ଜମ୍ମୁ-କାଶ୍ମୀରକୁ ନବବର୍ଷର ଉପହାର : ଅଧରାତିରୁ କୋହଳ ହେଲା ଏସଏମଏସ୍ ଏବଂ ଇଣ୍ଟରନେଟ୍ ସୁବିଧା ।

152

ଜମ୍ମୁ-କାଶ୍ମୀରକୁ ନବବର୍ଷର ଉପହାର ମିଳିଯାଇଛି । ମଙ୍ଗଳବାର ଅଧରାତିରେ କାଶ୍ମୀରର ସବୁ ଅଞ୍ଚଳରେ ଏସଏମଏସ୍ ସୁବିଧାକୁ ସକ୍ରିୟ କରାଯାଇଛି । ଏତଦ୍ ବ୍ୟତିତ ସ୍କୁଲ,କଲେଜ ଏବଂ ହସ୍ପିଟାଲର ଇଣ୍ଟରନେଟ୍ ସୁବିଧା ସେବାକୁ ମଧ୍ୟ ସକ୍ରିୟ କରାଯାଇଛି । ଅଗଷ୍ଟ ୫ ରେ ଧାରା ୩୭୦ ହଟିବା ପରେ ଘାଟିରେ ଲ୍ୟାଣ୍ଡଲାଇନ୍ , ଇଣ୍ଟରନେଟ୍ ଏବଂ ଏସଏମଏସ୍ ସୁବିଧା ବନ୍ଦ କରାଯାଇଛି । କିଛି ଦିନ ତଳେ ଚରଣବାର୍ ଲ୍ୟାଣ୍ଡଲାଇନ୍ ସୁବିଧା ଆରମ୍ଭ କରାଯାଇଥିଲା ।

ଜମ୍ମୁ-କାଶ୍ମୀରର ପ୍ରଧାନ ସଚିବ ରୋହିତ୍ କଂସଲଙ୍କ କହିବାନୁସାରେ , ମଙ୍ଗଳବାର ଅଧରାତିରୁ ବିଭିନ୍ନ ସରକାରୀ ସ୍କୁଲ ଏବଂ ହସ୍ପିଟାଲରେ ବ୍ରଡବ୍ୟାଣ୍ଡ ସେବାକୁ ସକ୍ରିୟ କରିଦିଆଯାଇଛି । ପୁଣି ମୋବାଇଲ୍ ସେବା ଚାଲୁ ହେବାକୁ ନେଇ କାଶ୍ମୀରବାସୀଙ୍କ ମଧ୍ୟରେ ଖୁବ୍ ଖୁସି ଦେଖାଦେଇଛି । ସ୍ଥାନୀୟ ଲୋକ ସରକାରଙ୍କୁ ଜନତାଙ୍କ ପାଇଁ ମଧ୍ୟ ବ୍ରଡବ୍ୟାଣ୍ଡ ସେବାକୁ ସକ୍ରିୟ କରିବାକୁ କହୁଛନ୍ତି । ଧାରା ୩୭୦ ହଟିବା ପରେ ଘାଟିରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ରୋକିଦିଆଯାଇଥିଲା । ଏବେ ଏହା ଧିରେ ଧିରେ କୋହଳ ହେବାକୁ ଲାଗିଛି । ପ୍ରଥମେ ଲ୍ୟାଣ୍ଡଲାଇନ୍ କୋହଳ କରାଗଲା ଏବଂ ପରେ ପୋଷ୍ଟପେଡ୍ ମୋବାଇଲ୍ ଫୋନ୍ ସେବା ଆରମ୍ଭ କରାଗଲା । ଏହାପରେ ଜମ୍ମୁରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବାକୁ କୋହଳ କରାଗଲା , କିନ୍ତୁ କାଶ୍ମୀରରେ ଏବେ ବି ଅବସ୍ଥା ପୂର୍ବଭଳି ରହିଛି ।