ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଏନକାଉଣ୍ଟରରେ ୩ ଆତଙ୍କୀ ନିହତ , ଗୁଳିବିନିମୟ ବେଳେ ଜଣେ ସିଆରପିଏଫ୍ ଯବାନ ଆହତ

124

କନକ ବ୍ୟୁରୋ : ଜମ୍ମ-ୁକାଶ୍ମୀର ଶ୍ରୀନଗରରେ ଏନକାଉଁଟର । ଟିଳିଲେ ୩ ଆତଙ୍କୀ । ଜଣେ ସିଆରପିଏଫ୍ ଅଫିସର ଆହତ । ଆଜି ବଡି ଭୋରରୁ ଶ୍ରୀନଗରର ବଡମଲନୁ ଅଂଚଳରେ ଚାଲିଛି ଅପରେସନ । ଏହି ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦାସୂଚନା ପରେ ଆରମ୍ଭ ହୋଇଥିଲା ଅପରେସନ । ଆଖପାଖ ଅଂଚଳକୁ ପୁରା କର୍ଡନ କରି ରଖିଛି ସେନା । ପ୍ରତ୍ୟକ ଛକ ସ୍ଥାନ ମାନଙ୍କରେ ସଶସ୍ତ୍ର ବଳ ମୁତୟନ ଅଛନ୍ତି । ସିଆରପିଏଫର କୁଇକ୍ ଆକ୍ସନ ଟାକ୍ସଫୋର୍ସର ଜବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଶେଷ ଖବର ସୁଦ୍ଧା ଭାରତୀୟ ସେନା ବଟମଲନୁ ଅଂଚଳରେ ୩ ଆତଙ୍କବାଦୀଙ୍କୁ ନିପାତ କରିସାରିଛନ୍ତି । ଆଉ କିଛି ଆତଙ୍କବାଦୀ ଅଂଚଳରେ ଛପିଥିବା ସନ୍ଦେହ କରାଯାଉଛି ।

ଗତକାଲି ପୁଲୱମାର କାକାପୋରା ଅଂଚଳରେ ଆତଙ୍କବାଦୀ ଛପିଥିବା ଖବର ମିଳିଥିଲା । ଏହା ପର ଠାରୁ ଆଲର୍ଟରେ ଥିଲା ସେନା । ଆରମ୍ଭ କରିଥିଲା ବଡ ଧରଣର ସର୍ଚ ଅପରେସନ । ବଟମଲନୁ ଅଂଚଳରେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି ମାଡ କରି ଖସି ଯିବାକୁ ଉଦ୍ୟମ କରିବା ପରେ , ଚାରିପଟୁ ଘେରି ଯାଇଛନ୍ତି ଭାରତୀୟ ସେନା । ଏହି ଅପରେସନରେ ସିଆରପିଏଫ୍, ଜାମ୍ମୁକାଶ୍ମୀର ପୋଲିସ ଏବଂ ରାଷ୍ଟ୍ରୀୟ ରାଇଫଲ୍ର ୫୦ ଜଣ ଜବାନ ସାମିଲ ହୋଇଛନ୍ତି । ଏନକାଉଁଟରରେ ୨ ଜଣ ଜବାନ ଆହତ ହୋଇଛନ୍ତି ।