କାଶ୍ମୀର ପଣ୍ଡିତ ହତ୍ୟା ପରେ କଡା ବିରୋଧ । ସୁରକ୍ଷା ପାଇଁ ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶ।

121

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାକୁ ନେଇ କଡା ବିରୋଧ ପ୍ରର୍ଦଶନ ପରେ ବଡ ପଦକ୍ଷେପ ନେଇଛି ପ୍ରଶାସନ । କାଶ୍ମିରୀ ପଣ୍ଡିତଙ୍କୁ ସୁରକ୍ଷିତ ଜିଲ୍ଲାରେ ପୋଷ୍ଟିଂ କରାଯିବା ସହ ତାଙ୍କ କଡା ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ରାଜ୍ୟପାଳ । ସେପଟେ ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିିଛି କଂଗ୍ରେସ । ୮ ବର୍ଷରୁ ଅଧିକ ହେବ କେନ୍ଦ୍ରରେ ବିଜେପି ସରକାର ଅଛି । କିନ୍ତୁ କାଶ୍ମିର ରେ ଥିବା ପଣ୍ଡିତଙ୍କୁ ପାଇଁ କଣ ପଦକ୍ଷେପ ନେଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।

ଜମ୍ମୁ କାଶ୍ମିରରେ କାଶ୍ମିର ପଣ୍ଡିତଙ୍କୁ ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ବିରୋଧ ଜାରି ରହିଛି । ସୁରକ୍ଷା ଦାବିରେ ରାଜଧାନୀ ଦିଲ୍ଲୀ ସମତେ ଅନେକ ସ୍ଥାନରେ ଧାରଣାରେ ବସିଛନ୍ତି କାଶ୍ମିରୀ ପଣ୍ଡିତ । ଏହାରି ଭିତରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ୟାକେଜ ଯୋଜନା ଅଧିନରେ କାର୍ଯ୍ୟରତ ଥିବା ସମସ୍ତ କାଶ୍ମିରୀ ପଣ୍ଡିତଙ୍କୁ ଖୁବ ଶିଘ୍ର ସୁରକ୍ଷିତ ଜିଲ୍ଲାରେ ପୋଷ୍ଟିଙ୍ଗ କରାଯିବ ବୋଲି ଉପ ରାଜ୍ୟପାଳ କହିଛନ୍ତି । କାଶ୍ମୀରି ପଣ୍ଡିତଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଉପ ରାଜ୍ୟପାଳ ମନୋଜ ସିହ୍ନା । ସେପଟେ ଘଟଣାକୁ ନିନ୍ଦା କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ପୁର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତି ।

ଗତ ମେ ୧୩ ତାରିଖରେ ବଡଗାମ ଜିିଲ୍ଲା ଛଦୋରା ତହସିଲ ଅଫିସ ଭିତରେ ପସି ଆଖିବୁଜା ଗୁଳିଚାଳନା କରିଥିଲେ ଆତଙ୍କବାଦୀ । ଏବଂ ଅଫିସରେ କାର୍ଯ୍ୟରତ ଥିବା କାଶ୍ମିର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ । ଘଟଣାକୁ ନେଇ ସାରା ରାଜ୍ୟରେ ଉତେଜନା ଦେଖାଦେଇଥିଲା । ପ୍ରଶାସନ ବିରୋଧରେ ନାରାବାଜି କରିବା ସହ ରାସ୍ତାକୁ ଉହ୍ଲାଇଥିଲେ କାଶ୍ମିରୀ ପଣ୍ଡିତ । ଅନ୍ୟପଟେ ରାହୁଲ ଭଟ୍ଟ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଆତଙ୍କିଙ୍କୁ ନିପାତ କରିଥଲା ସେନା । ସେପଟେ ଘଟଣାକୁ ନେଇ ବିଜେପି ଉପରେ ବର୍ଷିିଛି କଂଗ୍ରେସ ।

କାଶ୍ମିରୀ ପଣ୍ଡିତଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ସଚିବାଳୟରେ ଏକ ସ୍ୱତନ୍ତ୍ର ସେଲ ମଧ୍ୟ ତିଆରି କରାଯାଇଥିବା ଜଣାପଡିଛି । ସେପଟେ ମାମଲାର ତଦନ୍ତ ଭାର ଏସଆଇଟି କୁ ଦିଆଯାଇଛି ।