ଆତଙ୍କବାଦଜନିତ ବିପଦ କାରଣରୁ ଜମ୍ମୁ ଓ କଶ୍ମୀର ଛାଡ଼ି ଚାଲିଯିବାକୁ ଜାରି ହୋଇଥିବା ନିଷେଧାଜ୍ଞାର ଦୁଇ ମାସ ପରେ ଗୁରୁବାର ଦିନ ପୁଣି ଏହି ଉପତ୍ୟକାକୁ ପର୍ୟ୍ୟଟକଙ୍କ ନିମନ୍ତେ ଖୋଲା ଯାଇଛି। ଉପଦେଷ୍ଟା ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ପରିସ୍ଥିତି ତଥା ନିରାପତ୍ତା ସମୀକ୍ଷା ବୈଠକ ପରେ ସୋମବାର ଦିନ ରାଜ୍ୟପାଳ ସତ୍ୟପାଲ ମଲିକ କଟକଣା ଉଠାଇ ନିଆଯିବ ବୋଲି ହୋଇଥିବା ନିଷ୍ପତ୍ତି କଥା ଘୋଷଣା କରିଥିଲେ। ଆତଙ୍କବାଦୀମାନଙ୍କ ଠାରୁ ବିପଦର ଆଶଙ୍କା ରହିଛି ଦର୍ଶାଇ ଅମରନାଥ ଯାତ୍ରା ବାତିଲ କରିବା ସହ ଯାତ୍ରୀ ଏବଂ ପର୍ୟ୍ୟଟକମାନଙ୍କୁ କଶ୍ମୀର ଛାଡ଼ି ଚାଲିଯିବାକୁ କେନ୍ଦ୍ର ସରକାର କହିବା ଦୁଇ ଦିନ ପରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା।
ଅନ୍ୟ ଏକ ପଦକ୍ଷେପସ୍ୱରୂପ ବୁଧବାର ଦିନ ପ୍ରଶାସନ ଉଚ୍ଚ ମାଧ୍ୟମିକ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀନଗରରେ ସମ୍ମାନଜନକ ଶ୍ରୀପ୍ରତାପ କଲେଜ ବାହାରେ ନିରାପତ୍ତା ବଳ ମୁତୟନ କରାଯାଇଛି ଏବଂ ପରିଚୟ ପତ୍ର ଯାଞ୍ଚ ପରେ ଛାତ୍ରଛାତ୍ରୀମାନଙ୍କୁ ପରିସର ମଧ୍ୟକୁ ଛଡ଼ା ଯାଉଛି। ଅକ୍ଟୋବର ୨୪ ତାରିଖ ଦିନ ବ୍ଲକ୍ ଡେଭ୍ଲପ୍ମେଣ୍ଟ୍ କାଉନ୍ସିଲ୍ ନିର୍ବାଚନ ମଧ୍ୟ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-5-4.jpg)
/kanak/media/post_attachments/wp-content/uploads/2019/10/images-4-4-300x187.jpg)