କନକ ବ୍ୟୁରୋ: କଣ ଚାଲିଛି କାଶ୍ମୀରରେ ? କାଶ୍ମୀରକୁ ନେଇ ମୋଦି ସରକାର କଣ କୌଣସି ବଡ ନିଷ୍ପତି ନେବାକୁ ଯାଉଛନ୍ତି କି ? ତେବେ ଘାଟିରେ ଅଚାନକ୍ ହଜାର ହଜାର ସଂଖ୍ୟକ ସେନା ମୁତୟନ ହେବା ପରେ ପରେ ଏବେ ଏହି ପ୍ରଶ୍ନ ପ୍ରତିଟି ଭାରତୀୟଙ୍କ ମନରେ ଉଙ୍କି ମାରୁଛି । ଏଥି ସହିତ ହିଁ ଅନେକ ତୁଙ୍ଗ ରାଜନେତାଙ୍କୁ ନଜରବନ୍ଦୀ ମଧ୍ୟ କରିଦିଆଯିବା ଖବର ଆସିବା ପରେ ଲୋକଙ୍କର ଏହି ଧାରଣା ବର୍ତ୍ତମାନ ବଢିବାରେ ଲାଗିଛି । ଖାଲି ଏତିକି ନୁହେଁ ଇଂଟରନେଟ ସେବା ବନ୍ଦ ସାଙ୍ଗକୁ ମୋବାଇଲ ସେବା ମଧ୍ୟ କାଶ୍ମୀରରେ ଠପ୍ ହୋଇଯାଇଛି । ୧୪୪ ଧାରାକୁ ବି ଲାଗୁ କରିଦିଆଯାଇଛି । ଏଭଳି ପରିସ୍ଥିତିରେ ଘାଟି ଉପରେ ଏବେ ସଭିଁଙ୍କ ନଜର ଅଟକି ଯାଇଛି । ତେବେ ଜମ୍ମୁ-କାଶ୍ମୀରରେ ଏପ୍ରକାରର ସ୍ଥିତି କାରଗିଲ ଯୁଦ୍ଧ ପରେ ହିଁ ପ୍ରଥମ ଥର ପାଇଁ ସୃଷ୍ଟି ହୋଇଛି । କାରଗିଲ ସମୟରେ ଲ୍ୟାଣ୍ଡ ଲାଇନ ସେବା ବନ୍ଦ କରାଯାଇନଥିଲା କିନ୍ତୁ ଏଥରକ ଏହାଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।

Advertisment

ତେବେ ଗତକାଲି ରାତିରୁ ଜମ୍ମୁ-କାଶ୍ମୀରର ସ୍ଥିତି ପ୍ରାୟତଃ ସଙ୍ଗୀନ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଗତ ୨୪ ଘଂଟା ମଧ୍ୟରେ ଘାଟିରେ କଣ କଣ ସବୁ ନିଷ୍ପତି ନିଆଯାଇଛି । ଜାଣନ୍ତୁ ଏହି ରିପୋର୍ଟରେ ...

• ଶ୍ରୀନଗର ଓ ଜମ୍ମୁରେ ଜାରି ହୋଇଛି ୧୪୪ ଧାରା । ସାଧାରଣ ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ଲୋକଙ୍କ ଗ୍ରୁପ କରି ବାହାରିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।

• କଶ୍ମୀର ଘାଟିରେ ସ୍କୁଲ, କଲେଜ, ଶିକ୍ଷଣ ପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି । ଜମ୍ମୁରେ ମଧ୍ୟ ସ୍କୁଲ, କଲେଜ ବନ୍ଦ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି ।

• ମୋବାଇଲ ଇଂଟରନେଟା ସେବାକୁ ବନ୍ଦ ରଖାଯାଇଛି ।

• କୌଣସି ପ୍ରକାର ବୈଠକ, ରାଲି ଉପରେ କଟକଣା ଜାରି କରିଛି ପ୍ରଶାସନ । କାଶ୍ମୀର ୟୁନିର୍ଭସିଟିର ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି ।

• ଜମ୍ମୁରେ ୪୦ କଂପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ପୂର୍ବରୁ କାଶ୍ମୀରରେ ହିଁ ହଜାର ହଜାର ସଂଖ୍ୟାରେ ଅତିରିକ୍ତ ସୁରକ୍ଷାବଳ ପୂର୍ବରୁ ହିଁ ମୁତୟନ କରିଦିଆଯାଇଛି ।

• ଘାଟିରୁ ପର୍ଯ୍ୟଟକଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଛି । ଗତ ୨୪ ଘଂଟା ଭିତରେ ୬ ହଜାରରୁ ଅଧିକ ଯାତ୍ରୀ କାଶ୍ମୀର ଛାଡି ସାରଲେଣି ।

• ବିଳମ୍ବିତ ରାତି ଯାଏଁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମଂନ୍ତ୍ରୀ ମେହବୁବା ମୁଫତି, ପୂର୍ବତମ ସିଏମ ଓମର ଅବଦୁଲ୍ଲା ଏବଂ ସଜ୍ଜାଦ ଲୋନଙ୍କୁ ବି ଗୃହବନ୍ଦୀ କରିଦିଆଯାଇଛି ।

• ସେହିଭଳି ଘାଟିକୁ ନେଇ ଲଗାତର ସୋସିଆଲ ମିଡିଆରେ ନାନା ପ୍ରକ୍ରାରର କଥା ଭାଇରାଲ ହେଉଛି । ଯାହାକୁ ନେଇ ସରାକରଙ୍କ ତରଫରୁ ଲଗାତର ଲୋକଙ୍କୁ ଅନୁରୋଧ କରାଯାଉଛି କି ଏପ୍ରକାରର ମିଥ୍ୟା ତଥା ଅପପ୍ରଚାର ନକରିବାକୁ ।

• ଘାଟିରେ ବହୁସଂଖ୍ୟାରେ ସେନା ମୁତୟନ ପରେ ଆର୍ଟିକିଲ ୩୫-ଏ ଏବଂ ଆର୍ଟିକିଲ ୩୭୦ ଉଛେଦ ହେବା ନେଇ ଆଶଙ୍କା କରାଯାଉଛି । ସମ୍ବିଧାନର ଏହି ଦୁଇ ଅନୁଚ୍ଛେଦ ବଳରେ ଜାମ୍ମୁ-କାଶ୍ମୀରକୁ କେତେକ ବିଶେଷ ଅଧିକାର ମିଳିଛି ।

ତେବେ ଏସବୁ ଘଟଣା ପରେ ସମସ୍ତଙ୍କ ମନରେ ପ୍ରଶ୍ନ କଶ୍ମୀରରେ କଣ ହେବାକୁ ଯାଉଛି । ସରକାରଙ୍କ ଏହି ପ୍ରସ୍ତୁତି ରାଜ୍ୟ ଭିତରେ ଥିବା ସମସ୍ୟା ସମାଧାନ ପାଇଁ ବା ସୀମାପାର ଆତଙ୍କବାଦ ପାଇଁ ତାହା କେହି କହି ପାରୁ ନାହାନ୍ତି । କାଶ୍ମୀରରେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦୃଶ୍ୟପଟ୍ଟର ଦ୍ରୁତ ପରିବର୍ତନ ସୂଚାଉଛି କଶ୍ମୀରକୁ ନେଇ କେନ୍ଦ୍ର ସରକାର ବଡ ନିଷ୍ପତି ନେବାକୁ ଯାଉଛନ୍ତି । ପ୍ରଥମେ ୩୦ ହଜାର ସୈନ୍ୟ ମୁତୟନ, ପରେ ଅମରନାଥ ଯାତ୍ରା କାଂଟଛାଂଟ କରି ଶୀଘ୍ର ଫେରିବାକୁ ତୀର୍ଥ ଯାତ୍ରୀଙ୍କୁ ଆଡଭାଇଜରୀ । ଆଉ ଏବେ ନେତାଙ୍କ ଉପରେ ନଜରବନ୍ଦୀ, ଗିରଫଦାରି ଭଳି କାର୍ଯ୍ୟାନୁଷ୍ଠାନ ଏହି ଆଶଙ୍କାକୁ ବଢ଼ାଇ ଦେଇଛି ।