କାଶ୍ମୀରରେ ଜୁନ ମାସରେ ବିଧାନସଭା ନିର୍ବାଚନ କରିବା ପାଇଁ କମିଶନକୁ ଜଣାଇଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ! ରମଜାନ ମାସ ଶେଷ ଓ ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ନିର୍ବାଚନ ସାରିବା ସମ୍ଭାବନା ।

68

ସାଧାରଣ ନିର୍ବାଚନ ସରିବା ପରେ ପରେ କାଶ୍ମୀରରେ ନିର୍ବାଚନ ହେବା ସମ୍ଭାବନା ରହିଛି । ରମଜାନ ମାସ ଶେଷ ଓ ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ନିର୍ବାଚନ କରିବାକୁ ପ୍ରଶାସନ ମତ ଦେଇଛି । ଜୁନ୍ ମାସରେ ଏଠାରେ ବିଧାନସଭା ନିର୍ବାଚନ କରିବା ପାଇଁ ଯୋଜନା ହେଉଛି । ରାଜ୍ୟରେ ଲାଗୁଥିବା ରାଜ୍ୟପାଳ ଶାସନ ଆସନ୍ତା ଜୁଲାଇ ୩ରେ ଶେଷ ହେଉଛି । ତେଣୁ ତା ପୂର୍ବରୁ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ହେବା ଜରୁରୀ ।

ଲୋକସଭା ନିର୍ବାଚନ ସମୟରେ ଏକ କାଳୀନ ବିଧାନସଭା ନିର୍ବାଚନ କଲେ ସୁରକ୍ଷା ସମସ୍ୟା ସୃଷ୍ଟି ହେବା ଆଶଙ୍କା ପ୍ରକାଶ କରିଥିଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଫଳରେ ନିର୍ବାଚନ କରାଯାଇ ନାହିଁ । ଲୋକସଭା ନିର୍ବାଚନରେ ମୋଟ ୭୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ସାରା ରାଜ୍ୟରେ ମୁତୟନ ହେବେ । ଏପଟେ ସୀମାରେ ସ୍ଥିତି ମଧ୍ୟ ସ୍ୱାଭାବିକ ନାହିଁ । ତେଣୁ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଛି ।