ଏବେ ବି ବିକାଶଠୁ ବହୁତ ଦୂରରେ କାଶୀପୁର । ପିଇବା ପାଇଁ ନାହିଁ ପାଣି । ୩୦୦ ଲୋକଙ୍କୁ ମାତ୍ର ଗୋଟିଏ ବୋରୱେଲ ।

ଏବେ ବି ବିକାଶଠୁ ବହୁତ ଦୂରରେ କାଶୀପୁର । ପିଇବା ପାଇଁ ନାହିଁ ପାଣି । ୩୦୦ ଲୋକଙ୍କୁ ମାତ୍ର ଗୋଟିଏ ବୋରୱେଲ ।

କନକ ବ୍ୟୁରୋ: ରାଜ୍ୟ ରାଜନୈତିକ ପାଣିପାଗ ଗରମ ରହିଥିବାବେଳେ, ନିର୍ବାଚନ ବେଳେ ନେତା ମାଳ ମାଳ ଆସୁଥିବାବେଳେ, ଏବେ ଏହାର ପ୍ରଭାବ ତୃଣମୂଳ ସ୍ତରରେ କେମିତି ଅଛି? ଗାଁରେ କେତେ ବିକାଶ ହୋଇଛି? ଆଉ କେତେ ବିକାଶ ବାକି ଅଛି, ବହୁଚର୍ଚ୍ଚିତ ରାୟଗଡା କାଶୀପୁରରୁ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ।

ରାୟଗଡା କାଶୀପୁର । ବିଶୁଦ୍ଧ ପିଇବା ପାଣି ଅଭାବରୁ ଝାଡା ବାନ୍ତି ବ୍ୟାପିବ ସହ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବାର ଖବର ଏହି ଅଞ୍ଚଳରୁ ବାରମ୍ବାର ଆସିଥାଏ । ୧୯୮୦ ଦଶକରେ ଏହି ଖବର ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ସେହି ସମୟରେ ଏହି ଅଞ୍ଚଳକୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଆସିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆସିଥିଲେ । ସମସ୍ୟାର ସମାଧାନ ହୋଇଯିବ ବୋଲି କହିଥିଲେ । ହେଲେ ଏବେ ଏ ଅଞ୍ଚଳର ବିକାଶ ହୋଇଛି କିନ୍ତୁ ସମସ୍ୟାର ସମାଧାନ ହୋଇପାରିନି ।

ବର୍ତ୍ତମାନର ସରକାର ପାନୀୟ ଜଳ ସମସ୍ୟା ଦୂର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଘର ଦୁଆର ମୁହଁରେ ପାନୀୟ ଜଳ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ହେଲେ, କାଶୀପୁର ତଳଝରି ଗାଁରେ କିନ୍ତୁ ପାଇପ ଲାଗିଛି ହେଲେ ପାଣି ବାହାରୁନି । ଲୋକେ ଏବେ ବି ନଦୀ ପାଣି ଉପରେ ନିର୍ଭର କରୁଛନ୍ତି । ଗାଁରେ ୩୦୦ ଲୋକଙ୍କୁ ମାତ୍ର ଗୋଟିଏ ବୋରୱେଲ । ଯେଉଁଥିରୁ ସ୍ପଷ୍ଟ ହେଉଛି ପାଣି ମୁନ୍ଦେ ପାଇଁ କେମିତି ଡହଳ ବିକଳ ହେଉଛନ୍ତି ତଳଝରୀର ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe