କନକ ବ୍ୟୁରୋ : କାଶୀ ବିଶ୍ୱନାଥ କରିଡର । ପ୍ରାୟ ୩୩ ମାସ ଯାଏଁ ଚାଲିଥିଲା ଏହି ପ୍ରକଳ୍ପର ନିର୍ମାଣ କାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହୋଇଛି ୩୩୯ କୋଟି ଟଙ୍କା । ୨୬୦୦ ଶ୍ରମିକ, ୩ ଶହ ଇଞ୍ଜିନିୟର ଏହି କରିଡର ପାଇଁ ୩ଟି ସିଫ୍ଟରେ କାମ କରିଛନ୍ତି । ୫ ଲକ୍ଷ ବର୍ଗଫୁଟରେ ତିଆରି ହୋଇଛି ଏହି ନୂଆ କରିଡର ।

Advertisment

କାଶୀ ବିଶ୍ୱଧାମ ଧାମରେ ରହିଛି ୨୭ ମନ୍ଦିର ଓ ୪ ଦ୍ୱାର । ଗୋଟିଏ ଥରରେ ୧୦ ହଜାର ଭକ୍ତ ଏଠାରେ ଏକାଠି ହୋଇପାରିବେ । କାଶୀ ବିଶ୍ୱନାଥ କରିଡର ନିର୍ମାଣରେ ୭ ପ୍ରକାରର ବିଶେଷ ପଥରର ବ୍ୟବହାର କରାଯାଇଛି । ତେବେ ଏହି କରିଡର ଉଦଘାଟନ ଅବସରରେ ୭ ଲକ୍ଷ ଘରେ ବଣ୍ଟାହେବ ବାବାଙ୍କ ପ୍ରସାଦ । ଆଉ ଏଥିପାଇଁ ୧୪ ହଜାର କିଲୋ ବେସନରେ ତିଆରି ହୋଇଛି ପ୍ରସାଦ ।

କାଶୀ ବିଶ୍ୱନାଥ କରିଡରର ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ୩୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ୫ ହଜାର ହେକ୍ଟର ଅଂଚଳରେ ନିର୍ମାଣ କରାଯାଇଛି । ଏହା ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାର ୨ଟି ଘାଟ ସହ ସଂଯୋଗ କରିବ । ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି ।

ମନ୍ଦିରକୁ ବୁଲିବାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ କୋଠା ଗୁଡିକ ନିର୍ମାଣ କରାଯାଇଛି । କୋଠାରେ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା କେନ୍ଦ୍ର, ପର୍ଯ୍ୟଟକ ସହାୟତା କେନ୍ଦ୍ର, ବୈଦିକ କେନ୍ଦ୍ର, ଫୁଡ୍ କୋର୍ଟ, ସଂଗ୍ରହାଳୟ ରହିଛି । ୨୦୧୯ରେ ଏହି ମେଗା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ପ୍ରକଳ୍ପ ପାଇଁ ୧୪ଶହରୁ ଅଧିକ ଦୋକାନ ଓ ଘର ଭଙ୍ଗାଯିବା ସହ ସେମାନଙ୍କର ଥଇଥାନ କରାଯାଇଛି । ଏଥିପାଇଁ ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ୨୦୧୮ରେ ଏହି ପ୍ରକଳ୍ପ ପାଇଁ ଯେତେବେଳେ ଗୃହ ଗୁଡିକୁ ଭଙ୍ଗାଯାଇଥିଲା, ସେତେବେଳେ ସେଠାରୁ ୪୦ ପୁରୁଣା ମନ୍ଦିର ଉଦ୍ଧାର କରାଯାଇଥିଲା । ଏହି ପ୍ରକଳ୍ପ ୫ ଲକ୍ଷ ସ୍କୋୟାର ଫୁଟ୍ ଜାଗାରେ ନିର୍ମାଣ କରାଯାଇଛି । ଯାହା ପୂର୍ବରୁ ମାତ୍ର ୩ ହଜାର ସ୍କୋୟାର ଫୁଟ ଥିଲା । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଟା ପକଳ୍ପର ଇନଚାର୍ଜ ଥିବା ବିମଳ ପଟେଲ ଏହି ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରିଛନ୍ତି ।