ନିର୍ବାଚନ ପୂର୍ବରୁ ମହାଦେବଙ୍କ ଶରଣରେ ମୋଦି! ନିର୍ବାଚନମଣ୍ଡଳୀବାସୀଙ୍କୁ ଦେଲେ ବଡ ଉପହାର, କାଶୀ ବିଶ୍ୱନାଥ କରିଡରର କଲେ ଶିଳାନ୍ୟାସ 

92

କନକ ବ୍ୟୁରୋ : ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ଆଜି ପୁଣି ଥରେ ସାମନାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିବ ଭକ୍ତି । ନିଜ ନିର୍ବାଚନକ୍ଷେତ୍ର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିରରେ ଭୋଳା ବାବାଙ୍କ ପୂଜାର୍ଚ୍ଚନା କରିବା ପରେ ବହୁ ପ୍ରତିକ୍ଷିତ କାଶୀ ବିଶ୍ୱନାଥ କରିଡରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଣିକି ଗଙ୍ଗା ସ୍ନାନ କରି ଶ୍ରଦ୍ଧାଳୁମାନେ ସିଧା ଆସି କାଶୀ ବିଶ୍ୱନାଥଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି ମୋଦି ।

ନିଜ ନିର୍ବାଚନକ୍ଷେତ୍ର ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶୀ ବିଶ୍ୱନାଥ ମନ୍ଦିରରେ ଭୋଳା ବାବାଙ୍କ ପୂଜାର୍ଚ୍ଚନା କରିବା ପରେ ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଗଙ୍ଗା ମାତାଙ୍କ ସହ ବାବା ଭୋଳାନାଥଙ୍କୁ ସଂଯୋଗ କରିବାର ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତିି । ଏଣିକି ଗଙ୍ଗା ସ୍ନାନ କରି ଶ୍ରଦ୍ଧାଳୁମାନେ ସିଧା ଆସି କାଶୀ ବିଶ୍ୱନାଥଙ୍କ ଦର୍ଶନ କରିପାରିବେ ବୋଲି ମୋଦି କହିଛନ୍ତି । ଦୀର୍ଘଦିନ ଧରି ଭୋଳା ବାବା ଚାରିଆଡୁ ବନ୍ଦୀ ହୋଇପଡିଥିଲେ । ତାଙ୍କୁ ଏହି ବନ୍ଧନରୁ ମୁକ୍ତ କରିବାର ମୌକା ମୋଦିଙ୍କୁ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହା ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତ କରିଥିବା ମୋଦି କହିଛନ୍ତି ।

ଏହି ଅବସରରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନଥିଲେ ମୋଦି । କେନ୍ଦ୍ରରେ ବିଜେପି ସରକାରଙ୍କ ପ୍ରଥମ ତିନିବର୍ଷ କାର୍ଯ୍ୟକାଳରେ ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ କରିଡରର ଉଦଘାଟନ ହୋଇସାରନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି । ଯୋଗୀ ସରକାର କ୍ଷମତାକୁ ଆସିବା ପରେ କାର୍ଯ୍ୟକ୍ରମ ହାତକୁ ନେଲେ ଏବଂ ସରକାରୀ କର୍ମଚାରୀଙ୍କ ଭକ୍ତି ମନୋଭାବରୁ ଏହି ପରିଯୋଜନା ଏବେ ସଫଳ ହେବାକୁ ଯାଉଥିବା ଦମ୍ଭୋକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଛି । ରାଜନୀତିରେ ନଥିବା ଦିନରୁ ସେ ଏଥିପାଇଁ ପରିକଳ୍ପନା କରିଥିଲେ ଏବଂ ଭୋଳା ବାବାଙ୍କ ଆଶୀର୍ବାଦରୁ ଏହି ସୁଯୋଗ ମିଳିଲା ବୋଲି ମୋଦି କହିଛନ୍ତି ।

କାଶୀ ବିଶ୍ୱନାଥ ମନ୍ଦିର, ମଣିକର୍ଣ୍ଣିକା ଘାଟ ଓ ଲଳିତ ଘାଟ ମଧ୍ୟରେ ପ୍ରାୟ ୨୫ ହଜାର ବର୍ଗ ମିଟରକୁ ନେଇ ଏହି କରିଡର ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ଶେଷ ହେଲେ ଗଙ୍ଗା କୂଳେକୂଳେ ପ୍ରାୟ ୫୦ ଫୁଟ୍ ଚଉଡା ରାସ୍ତାଦେଇ ବାବା ବିଶ୍ୱନାଥଙ୍କ ମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ । ସଫାସୁତରା ସଡକରେ ଯାତ୍ରା ସାଙ୍ଗକୁ ଷ୍ଟ୍ରିଟ ଲାଇଟ୍ ଓ ସ୍ୱଚ୍ଛ ପିଇବା ପାଣିର ସୁବିଧା ପାଇବେ ଦେଶ ବିଦେଶର ଭକ୍ତ । ଏହାବାଦ କାଶୀରେ ଥିବା ପ୍ରାଚୀନ ମନ୍ଦିର ଗୁଡିକର ପୁନରୁଦ୍ଧାର ଓ ରକ୍ଷଣା ବେକ୍ଷଣ କରାଯିବ । ଦର୍ଶକଙ୍କୁ ସଂପୂର୍ଣ୍ଣ ଦିବ୍ୟ ଅନୁଭୂତି ଦେବାଲାଗି ବନ୍ଦୋବସ୍ତ କରିବେ ମୋଦି ଓ ଯୋଗୀ ସରକାର ।

କରିଡରକୁ ଲାଗି ରହିଥିବା ରାସ୍ତା ଓ ଆଖପାଖର ବିଲ୍ଡିଂ ଗୁଡିକୁ ସୁସଜ୍ଜିତ କରାଯିବ । ଦୁଇଟି ପୁସ୍ତକାଗାରର ପୁନରୁଦ୍ଧାର ମଧ୍ୟ ଏହି ପ୍ରକଳ୍ପ ଅଧିନରେ ରହିଛି । ଏଥିପାଇଁ ବ୍ୟୟବରାଦ ରହିଛି ୨୪ କୋଟି ଟଙ୍କା । ହେଲେ ଏହି କରିଡର ପାଇଁ ବେଆଇନ ନିର୍ମାଣକୁ ହଟାଯାଉଥିବାରୁ ତାକୁ ନେଇ ବିବାଦ ଦେଖାଦେଇଛି । କାଶୀ ବିଶ୍ୱନାଥ କରିଡର ଫଳରେ ବାରଣାସୀର ଅନେକ ପୁରାତନ ସଂସ୍କୃତି ଲୋପ ପାଇଯିବ ବୋଲି ଅନେକ ଆଶଙ୍କା କରୁଛନ୍ତି । ପୁରୁଣା ସଂସ୍କୃତିକୁ ନଷ୍ଟ କରି ମୋଦି ବିକାଶର ମୂଳଦୁଆ ରଖୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।