ନିୟନ୍ତ୍ରଣ ହରାଇ ପୋଖରୀ ଭିତରେ ଖସିପଡିଲା ଟ୍ରାକ୍ଟର । ୧୫ରୁ ଅଧିକ ମୃତ, ଏକାଧିକ ଆହତ ।

599

କନକ ବ୍ୟୁରୋ: ଉତ୍ତରପ୍ରଦେଶ କାସଜଞ୍ଜ ଜିଲ୍ଲାରେ ଅଘଟଣ । ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଏକ ପୋଖରୀ ଭିତରକୁ ଖସିପଡିବାରୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଜେଥରାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣିରେ ନିୟନ୍ତ୍ରଣ ରକ୍ଷା କରିପାରିନଥିଲା । ଫଳରେ ରାସ୍ତା କଡ ଏକ ପୋଖରୀ ଭିତରେ ଖସିପଡିଥିଲା । ଫଳରେ ଏଭଳି ଅଘଟଣ ଘଟିଥିଲା । ୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣ ମହିଳା ଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଟ୍ରକ୍ଟରରେ ମୋଟ ୩୫ ଜଣ ଶ୍ରଦ୍ଧାଳୁ ଯାଉଥିଲେ । ସମସ୍ତ ଶ୍ରଦ୍ଧାଳୁ ଏଟା ଜିଲ୍ଲାର କହା ଗାଁର ବାସିନ୍ଦା ବୋଲି ଜଣାପଡିଛି ।