ଆସୁଛି ପାର୍ବଣ । ଚଉଦିଗରେ କାଶତଣ୍ଡୀ ମେଲାଇଲାଣି ପସରା, ମାଆଙ୍କୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ କାରିଗର

172

କନକ ବ୍ୟୁରୋ : ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ । ଧରଣୀକୁ ଶରତର ଆଗମନ ସହିତ କାଶତଣ୍ଡୀ ଏହି ପାର୍ବଣର ଆସିବା ସଂକେତ ଦେଇଥିଲା । ଏବେ ଚଉଦିଗରେ କାଶତଣ୍ଡୀର ପସରା । ସତେ ଯେମିତି ଧରଣୀ ରାଣୀକୁ କିଏ ଧୋବ ଫର ଫର ଶାଢୀ ଟିଏ ପିନ୍ଧାଇ ଦେଇ ଯାଇଛି । ଏପରି ସୌନ୍ଦର୍ଯ୍ୟ କବି ଓ ଲେଖକଙ୍କୁ ଆନମନା କରିଛି ।

ସେପଟେ କାଶତଣ୍ଡୀକୁ ଦେଖିବା ପରେ ମାଆଙ୍କ ଆବାହନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଯାଜପୁରରେ ଏବେ ମାଆଙ୍କ ପ୍ରତିମୂର୍ତି ନିର୍ମାଣରେ ବ୍ୟସ୍ତ କାରିଗର । କିପରି ମାଆଙ୍କୁ ଶେଷ ସ୍ପର୍ଶ ଦେଇ ନିର୍ମାଣ କାମ ଶେଷ କରିବେ ତା ନେଇ ପୁରା ଚଳଚଂଚଳ କାରିଗର ।