୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ : ସେହି ରାତି ଆତଙ୍କବାଦୀ କସାବ ଠାରୁ ମାତ୍ର ୧୦ ଫୁଟ୍ ଦୂରରେ ଥିଲେ ଏହି ବ୍ୟକ୍ତି, ବର୍ଣ୍ଣନା କଲେ ଘଟଣା

ମାତ୍ର ୧୦ ଫୁଟ୍ ଦୂରରୁ ମଣିଷ ଜୀବନକୁ ମୃତ୍ୟୁ ବାଣ୍ଟୁଥିବା କସାବକୁ ଦେଖିଲେ ।

428

ମୁମ୍ବାଇରେ ୨୬ ନଭେମ୍ବର, ୨୦୦୮ ରାତି କାମା ଓ ଅଲବଲେସ୍ ହସପିଟାଲରେ କାର୍ଯ୍ୟରତ ଚୈାକିଦାର କୈଳାଶ ଘେଗଡମଲ ଆଜି ବି ସେହି ସମୟକୁ ମନେପକାଇ ଥରି ଉଠନ୍ତି । ଯେତେବେଳେ ଆତଙ୍କବାଦୀ କସାବ ଓ ତା’ ସାଥୀ ତାଙ୍କ ଠାରୁ ମାତ୍ର ୧୦ ଫୁଟ୍ ଦୂରରୁ ଅନ୍ୟ ଜଣେ ଗାର୍ଡଙ୍କୁ ଗୁଳି କରି ମାରିଦେଇଥିଲେ ।

ଏହି ଆତଙ୍କବାଦୀମାନେ ପାଖରେ ଥିବା ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରେ ୫୨ ଲୋକଙ୍କୁ ମୃତ୍ୟୁ ଶଯ୍ୟାରେ ଶୁଆଇଦେବା ପରେ ଏହି ହସପିଟାଲ ଆଡକୁ ମୁହାଁଇଥିଲେ । କୈଳାଶଙ୍କ କହିବାନୁସାରେ ସାଥୀ ବବନ ବାଲୁ ଗୁଳିର ଶବ୍ଦ ଶୁଣି ଶୀଘ୍ର ହସପିଟାଲରେ ଲାଗିଥିବା କବାଟ ବନ୍ଦ କରିବାକୁ ଆରମ୍ଭ କରିଥିଲେ । କିିନ୍ତୁ ସେ ଲଗାତାର ଗୁଳି ବର୍ଷା କରିଚାଲିଥିବା ଆତଙ୍କବାଦୀଙ୍କ ଲକ୍ଷ୍ୟ ବନିଗଲେ । ସେ ଏହା ଦେଖି ଏକ ଗଛ ପଛପଟେ ଲୁଚିଗଲେ ଏବଂ ମାତ୍ର ୧୦ ଫୁଟ୍ ଦୂରରୁ ମଣିଷ ଜୀବନକୁ ମୃତ୍ୟୁ ବାଣ୍ଟୁଥିବା କସାବକୁ ଦେଖିଲେ ।

ହସପିଟାଲ ପରିସରକୁ ପ୍ରବେଶ କରିବା ପରେ କସାବ ଓ ତା’ ସାଙ୍ଗ ଗୁଳି ବର୍ଷା କରିବା ଆରମ୍ଭ କରିଦେଲେ । ଯଦ୍ୱାରା କର୍ମଚାରୀ ଓ ରୋଗୀ ବହୁତ ଡରିଗଲେ । ପରେ କୈଳାଶ ସାହାସ ବାନ୍ଧି ପୁଲିସ ଟିମକୁ ୬ମହଲା ପର୍ଯ୍ୟନ୍ତ ନେଇଗଲେ, ଯେଉଁଠି ତାଙ୍କର ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁକାବିଲା ହେଲା । ମୁକାବିଲାରେ ୨ ପୁଲିସ କର୍ମୀଙ୍କ ମୃତ୍ୟୁ ହେଲା ଏବଂ ଆଇପିଏସ୍ ଅଧିକାରୀ ସଦାନନ୍ଦ ଦାତେ ଆହତ ହୋଇଗଲେ ।