ଆଜିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ନୀତି ନିର୍ଘଂଟ ଚୂଡାନ୍ତ, ବିନା ଭକ୍ତରେ ଚାଲିଛି କାର୍ତ୍ତିକ ନୀତି । ରାଇ ଦାମୋଦର ବେଶରେ ପୂଜା ପାଇବେ ମହାପ୍ରଭୁ

300

କନକ ବ୍ୟୁରୋ: ଆଜିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ । ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଠାକୁରଙ୍କ ଏହି ମହାର୍ଘ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। । କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ। ପଞ୍ଚକରେ  ଦାରୁଦିଅଁ ୫ଟି ବେଶରେ ଦର୍ଶନ ଦେବେ । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ଏହି ନିତିକାନ୍ତି ଅନୁଷ୍ଟିତ ହେଉଛି ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତିର ପ୍ରଥମ ଦିନ ଥିବା ବେଳେ ଭୋର୍‌ରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବା ପରେ ଭିତର ଶୋଧ ହୋଇ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା। ମଇଲମ ଓ ତଡ଼ପ ଲାଗି ବଢ଼ି ଅବକାଶ ନୀତି ଶେଷ ହୋଇଥିଲା। ଏହାପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ରାଇ ଦାମୋଦର (ରାଧା ଦାମୋଦର) ବେଶରେ ସଜ୍ଜିତ କରିଥିଲେ। ଏଥର କୋଭିଡ କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ଏହି ନିତିକାନ୍ତି ଅନୁଷ୍ଟିତ ହେଉଛି ।