ଆଜିଠୁ ଆରମ୍ଭ ହେଲା କାର୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ବ୍ରତଧାରୀ ହବିଷ୍ୟାଳୀଙ୍କ ଭିଡ, ଶ୍ରୀମନ୍ଦିରରେ ସାଢେ ୪ଟାରୁ ଦ୍ୱାରଫିଟା ନୀତି ।
କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି କାର୍ତିକ ବ୍ରତ । ହବିଷ୍ୟାଳୀମାନେ ମାସେ ଧରି ହବିଷ୍ୟାନ୍ନ ପାଳିବେ । ଏଥିପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର । ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀ ଶ୍ରୀ କ୍ଷେତ୍ରରେ ଭିଡ ଲଗାଇଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଶିବିରଗୁଡିକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅପରାହ୍ନରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ସୁଦ୍ଧା ରାଜ୍ୟର ୨୩୪୦ଜଣ ହବିଷ୍ୟାଳୀଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ୩୦୭ ଜଣ ହବିଷ୍ୟାଳୀ ବିଭିନ୍ନ ଶିବିରରେ ପହଂଚିଛନ୍ତି । ହବିଷ୍ୟାଳୀମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କାର୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହୋଇଛି । ଭୋର ସାଢେ ୪ଟାରେ ଦ୍ୱାରଫିଟା ପରେ ଅନ୍ୟାନ୍ୟ ନୀତିକାନ୍ତି ଚାଲିବ ବୋଲି ନିତି ନିର୍ଘଂଟ ହୋଇଛି ।