କନକ ବ୍ୟୁରୋ: ମାସକର କାର୍ତିକ ବ୍ରତ ପରେ ପୁରୀ ଛାଡିଛନ୍ତି ହବିଷ୍ୟାଳି । ରାଜ୍ୟରେ କୋଣ ଅନୁକୋଣରୁ କାର୍ତିକ ବ୍ରତ କରିବାକୁ ଶ୍ରୀ କ୍ଷେତ୍ରକୁ ଆସିଥିଲେ ପ୍ରାୟ ୨୫ ଶହରୁ ଅଧିକ ବ୍ରତଧାରୀ । ଏକ ଆଧ୍ୟାତ୍ମିକ ବାତାବରଣରେ ରାଧା ଦାମୋଦରଙ୍କ ଦର୍ଶନ ସହିତ ମହିଳା ବ୍ରତଧାରୀ ରଖୁଥିଲେ କାର୍ତିକ ବ୍ରତ । କାର୍ତିକ ପୂର୍ଣ୍ଣମାରେ ଏହି ବ୍ରତ ଶେଷ ହେବା ପରେ ପୁଣି ଥରେ ଘର ବାହୁଡା ହୋଇଛନ୍ତି ହବିଷ୍ୟାଳୀ ।
ଦୀର୍ଘ ମାସଟିଏ ଧରି ଘର ଠାରୁ ବାହାରେ ରହି ଥିଲେ ମଧ୍ୟ ଅନେକଙ୍କ ମଧ୍ୟରେ ଏକ ଭାବଗତ ସଂପର୍କ ଯୋଡି ହୋଇଯାଇଥିଲା । କିନ୍ତୁ ଏବେ ଏଥିରେ ବିଛେଦ ଘଟିଛି । ପରଷ୍ପରଠାରୁ ଅଲଗା ହୋଇ ପୁଣି ଘରକୁ ବାହୁଡୁଛନ୍ତି ହବିଷ୍ୟାଳି । ତେବେ ରାଜ୍ୟ ସରକାର ହବିଷ୍ୟାଳୀ ଆଶ୍ରୟ ସ୍ଥଳରେ କରିଥିବା ସମସ୍ତ ବ୍ୟବସ୍ଥା ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି ସମସ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/HABISEALI-1-750x430.jpg)