କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା କାର୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି । ସବୁ ମାସ ମଧ୍ୟରେ କାର୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳିମାନେ ମାସଟେ ଧରି କାର୍ତିକ ବ୍ରତ ପାଳନ କରନ୍ତି । କାର୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳିଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯାଆସ ଓ ମହାପ୍ରଭୁଙ୍କ ରାଇଦାମୋଦର ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା ହୋଇଛି । ଶ୍ରୀକ୍ଷେତ୍ରରେ ଭିଡ଼ ଜମୁଥିବା ବେଳେ ହଇରାଣ ହେଉଛନ୍ତି ହବିଷ୍ୟାଳି । ଶିବିରରୁ ଶିବିର ବୁଲି ନାକେଦମ ହେଉଛନ୍ତି ବିଭିନ୍ନ ସ୍ଥାନରୁ ଆସିଥିବା ହବଷ୍ୟାଳି । ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳିଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି । କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳି ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Screen-Shot-2023-10-29-at-8.35.09-AM.jpg)