କାଲିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ ।  ହବିଷ ପାଇଁ ପୁରୀରେ ଜମିଲା ଭିଡ,  ଅଣପଞ୍ଜିକୃତ   ହବିଷ୍ୟାଳୀଙ୍କ ଭିଡ଼ ଯୋଗୁଁ ନାକେଦମ୍ ହେଲା ପ୍ରଶାସନ

201

କନକ ବ୍ୟୁରୋ : ରାତି ପାହିଲେ  ପୁରୀରେ ଆରମ୍ଭ ହେବ କାର୍ତିକ ବ୍ରତ ।  ଆଉ ଶ୍ରୀକ୍ଷେତ୍ରରେ  ବ୍ରତ ପାଳନ  କରିବାକୁ ହଜାର ହଜାର ହବିଷ୍ୟାଳି ଭିଡ ଜମାଇଲେଣି । ତେବେ ଶିବିରଗୁଡିକରେ ପଞ୍ଜୀକୃତ ଓ ଅଣପଞ୍ଜିକୃତ  ହବିଷ୍ୟାଳିଙ୍କ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ କୌଣସି ସଠିକ ଉତର ନ ଦେବାରୁ  ଶିବିରରୁ ଶିବିରକୁ ବୁଲି ନାକେଦମ ହୋଇଛନ୍ତି  ବିଭିନ୍ନ ସ୍ଥାନରୁ ଆସିଥିବା ହିବଷ୍ୟାଳି ।  ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାର ହବିଷ୍ୟାଳିଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି ।  କିନ୍ତୁ ଏହାଠାରୁ ଅଧିକ ହବିଷ୍ୟାଳି ଆସିଥିବାରୁ ଓ ସେମାନଙ୍କ ନାଁ ପଂଜିକରଣ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ସୁବିଧା ଆଶାରେ ଅନେକ ହବିଷ୍ୟାଳି ଆଗୁଆ ଚାଲିଆସିଥିବାରୁ କୋଉଠି ଓ କିପରି ରହିବେ ସେ ନେଇ ସେମାନେ ଚିନ୍ତାରେ ପଡିଛନ୍ତି    ।

କିଛି ହବିଷ୍ୟାଳି  ବିନା ପଂଜୀକରଣରେ ସ୍ଥାନୀୟ ସରକାରୀ ଶିବିରରେ ପଂହଚିଛନ୍ତି ।  ଫଳରେ ଅଣପଞ୍ଜିକୃତ  ହବିଷ୍ୟାଳିଙ୍କ ଭିଡ  ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ପଞ୍ଜିକୃତଙ୍କୁ ରଖିବା ପରେ  ଅନ୍ୟମାନଙ୍କ କଥା ଚିନ୍ତା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଏବେ ପୁରୀରେ ଏକମାସ ଯାଏଁ କାର୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେବ । ତେଣୁ ଚାରିଦ୍ୱାର ଖୋଲିବାକୁ  ଦାବି କରିଛନ୍ତି ବରିଷ୍ଠ ସେବାୟତ । ଏବେ ମଠବାଡିରୁ ଆରମ୍ଭ କରି ସବୁ ସ୍ଥାନରେ ହବିଷ୍ୟାଳି ଓ ଭକ୍ତଙ୍କ ଭିଡ ଜମିଛି । ତେଣୁ ଶ୍ରୀକ୍ଷେତ୍ରରେ ସୁରକ୍ଷାକୁ ବି ବଢାଇଦିଆଯାଇଛି ।