ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଜଳାଶୟ ନିକଟରେ ଆ କା ମା ବୈ ଧ୍ୱନି । ବିନ୍ଦୁସାଗର ଓ ମହୋଦଧିରେ ଡ଼ଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ସୁନବେଶରେ ଦର୍ଶନ ଦେବେ ତିନି ଠାକୁର

849

କନକ ବ୍ୟୁରୋ: ଆ-କା-ମା- ବୈ .. , ପାନ ଗୁଆ ଥୋଇ ..ପାନ ଗୁଆ ତୋର, ମାସକ ଧରମ ମୋର .. । ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଧର୍ମ ପୁରାଣ ଅନୁସାରେ ଆଷାଢ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ – ଏହି ଚାରି ମାସ ବର୍ଷର ପୂଣ୍ୟମାସ । ସେମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ବୋଲି କୁହାଯାଏ । ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୁଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଭୋରରୁ ସ୍ନାନ କରିବାଠୁ ସଂଧ୍ୟାରେ ଆକାଶଦୀପ ଦେବାଯାଏଁ ସବୁଥିରେ ଧାର୍ମିକ ମହାତ୍ମ୍ୟ ରହିଛି । ଶେଷ ପାଂଚ ଦିନକୁ ପଂଚୁକ ଭାବେ ପାଳନ କରାଯାଏ ।

ଆଜି ଏହାର ଶେଷ ଦିନ । ବୈଷ୍ଣବ ନୀତି ଅନୁସାରେ ଆଜି ଦିନକୁ ରାସପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଅନ୍ୟପଟେ ଏହି ଦିନରେ ପୁରୁଣା ଉକ୍ରଳୀୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ସକାଳୁ ସକାଳୁ ଗାଁରୁ ସହର ସବୁଠି ନଦୀ ପୁଷ୍କରଣୀରେ ଲୋକଙ୍କ ଭିଡ ।

ରଙ୍ଗବେରଙ୍ଗର ଡଙ୍ଗା ଭସାଇବାକୁ ସମସ୍ତଙ୍କ ମନରେ ବହୁ ଉତ୍ସାହ ଦେଖିବାକୁ ମିଳୁଛି । ଏହା ପଛରେ ରହିଛି ପୁରାତନ ଉକ୍ରଳ ନୌବାଣିଜ୍ୟର ସ୍ମୃତି । ଏକଦା ଏଠାକାର ବଣିକ ସାତ ଦରିଆ ପାରିରେ ବ୍ୟବସାୟ କରୁଥିଲେ । ଆଜି ପୁରୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ପଂଚକର ପାଂଚ ଦିନରେ ତିନିଠାକୁର ପାଂଚଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ରତ୍ନସିଂହାସନରେ ପ୍ରଭୁ ରାଜାବେଶ ବା ସୁନାବେଶରେ ସଜ୍ଜିତ ହେବେ ।