ମହାମାରୀ ପାଇଁ ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା: ଜଳାଶ୍ରୟ ଗୁଡ଼ିକରେ ହୋଇପାରିଲାନି ବୋଇତ ବନ୍ଦାଣ, ମନ୍ଦିରରେ ଦଅଁ ଦର୍ଶନ ଉପରେ ବି ରହିଛି କଟକଣା

ଭୁବନେଶ୍ୱର ବିିଭିନ୍ନ ସ୍ଥାନରେ ଜଗିଛନ୍ତି ପୁଲିସ୍

129

କନକ ବ୍ୟୁରୋ: କରୋନା ଯୋଗୁଁ ଫିକା ପଡ଼ିଛି ପରମ୍ପରା ପାଳନ । କରୋନା କଟକଣା ଯୋଗୁଁ ପ୍ରଭାବିତ ବୋଇତ ବନ୍ଧାଣ । ରାଜଧାନୀର ସମସ୍ତ ଜଳାଶୟ, ପୁସ୍କରଣୀ, ନଦୀରେ ଡଙ୍ଗା ଭସାଣ ଉପରେ କଟକଣା ଜାରି କରାଯାଇଛି । କେତେ କିଛି ସ୍ଥାନରେ କଟକଣା ନମାନି କୋଇତ ବନ୍ଧାଣ କରୁଥିବା ଦେଖିବାକୁ ମିଳିଛି । ଏପଟେ ଗାଇଡଲାଇନକୁ ପାଳନ କରି  କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିସନରେଟ ପୁଲିସ । ତେବେ କଟକଣା ସତ୍ୱେ ବୋଇତ ବନ୍ଧାଣ ହେବାର ଆଶଙ୍କାକୁ ଏଡାଇବା ପାଇଁ ସାର୍ବଜନୀନ ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି ।

ସେପଟେ, ସାରା ବିଶ୍ୱ ଦେଖିଲା ପ୍ରତୀକାତ୍ମକ ନାଗାର୍ଜୁନ ବେଶ । ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ଯୋଡ଼ିବା ଏବଂ ଶାନ୍ତି ଓ ସଦଭାବନାର ବାର୍ତା ଦେବା ଉଦ୍ଦେଶ୍ୟରେ ଇଂଲଣ୍ଡରେ ଏଭଳି ଏକ ଆୟୋଜନ କରାଯାଇଥିଲା । ଇଂଲଣ୍ଡ ଜଗନ୍ନାଥ ମନ୍ଦିର ଏବଂ ବାଥ ହିନ୍ଦୁ କମ୍ୟୁନିଟି ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ନାଗାର୍ଜୁନ ବେଶ ଗ୍ଲୋବାଲ ଏକ୍ସପୋ ଆୟୋଜନ କରାଯାଇଥିଲ । ଗତକାଲି ହୋଇଥିବା ଏହି ନାଗାର୍ଜୁନ ବେଶ କାର୍ଯ୍ୟକ୍ରମରେ ସାରା ବିଶ୍ୱର ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଅନଲାଇନ୍ ଜରିଆରେ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆମେରିକା, ଲଂଲଣ୍ଡ, କାନାଡା, ନାଇଜେରିଆ, ନେଦରଲ୍ୟାଣ୍ଡ, ଥାଇଲାଣ୍ଡ, ବାହାରିନ୍, ରୁଷିଆ, ସ୍ୱିଜରଲ୍ୟାଣ୍ଡ, ଭାରତ ଆଦି ୩୦ଟି ଦେଶର ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ ।

କରୋନା କାଳରେ ଏକ ସକରାତ୍ମକ ବାର୍ତା ଦେବା ଏବଂ ନୂଆ ଆଶାର ସଂଚାର ଉର୍ଦ୍ଦେଶ୍ୟ ରଖି ଏଭଳି ଏକ ପ୍ରୟାସ କରାଯାଇଥିଲା । ଏହି ଅବସରରେ ୟୁକେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତ ସମସ୍ୟା ସସ୍ମିତା ରାଜହଂସ କହିଥିଲେ, ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ସହ ସାରା ବିଶ୍ୱକୁ ପରିଚିତ କରିବା ଏବଂ ସାରା ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ଭିତରେ ଏକ ଯୋଗ ସୁତ୍ର ରଖିବାର ଉର୍ଦ୍ଦେଶ୍ୟରେ ଏହା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରେରଣାଦାୟୀ ଭକ୍ତା ଡକ୍ଟର ହରପ୍ରସନ୍ନ ଦାସ ପ୍ରମୁଖ ଭାଗ ନେଇଥିଲେ ।