ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି କାର୍ତିକ ନୀତି: ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ବଢୁଛି ଭିଡ

Advertisment
ନବକଳେବର ସମୟରେ ହୋଇଥିଲା ଦାରୁ ଫିକ୍ସିଂ ? ମହାରଣା ସେବାୟତଙ୍କ ବୟାନ ବଢ଼ାଇଲା ବିବାଦ ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ କାର୍ତିକ ମାସ ବାଳଧୂପ ନୀତି ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖରୁ କାର୍ତିକ ବ୍ରତ ଆରମ୍ଭ ହୋଇ ନଭେମ୍ବର ୨୩ରେ ସରିବ। ସେହିଭଳି ଆରମ୍ଭ ହୋଇଥିବା କାର୍ତିକ ବାଳଧୂପ ନୀତି ନଭେମ୍ବର ୨୩ରେ ଶେଷ ହେବ। ଅନ୍ୟପଟେ ମହାପ୍ରଭୁ ଭକ୍ତଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଛନ୍ତି। ହବିଷ୍ୟାଳିମାନେ ମହାପ୍ରଭୁଙ୍କ ଏହି ବେଶ ଦେଖି ବ୍ରତ ଆରମ୍ଭ କରିଥାନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁସଂଖ୍ୟାରେ ଭକ୍ତ ପାପାଙ୍କୁଶା ଏକାଦଶୀ ଭଳି ପବିତ୍ର ଦିନରେ ମହାପ୍ରଭୁଙ୍କ ଦର୍ଶନ କରି କୃପାଲାଭ କରିଥିଲେ।

publive-imageସେପଟେ ନଭେମ୍ବର ୧୨ ସୋମବାରରେ ଅବକାଶ ପରେ ହରିହର ବେଶ, ନଭେମ୍ବର ୧୯ରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି, ନଭେମ୍ବର ୨୦ରେ ବାଙ୍କଚୂଡ଼ ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ନଭେମ୍ବର ୨୧ରେ ଆଡ଼ିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୨୨ରେ ଡାଳିକିଆ ବା ଲକ୍ଷ୍ମୀ ନୃସିଂହ ବେଶ, ନଭେମ୍ବର ୨୩ରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।କାର୍ଯ୍ୟସୂଚୀ ମନ୍ଦିରରେ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ଭିଡ ଜମିବାରେ ଲାଗିଛି । ଭକ୍ତଙ୍କ ଭିଡକୁ ଦୃଷ୍ଟି ଆଗରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe