ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଗହଳି । କାର୍ତିକ ମାସ ସୋମବାରରେ ବାବାଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି

132

କନକ ବ୍ୟୁରୋ : ଆଜି ହେଉଛି କାର୍ତିକ ମାସର ତୃତୀୟ ସୋମବାର । ସେଥିପାଇଁ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ ରହିଛି କାର୍ତିକ ମାସ ସୋମବାରରେ ମହାଦେବଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । ତେଣୁ ସକାଳୁ ସକାଳୁ ଧବଳେଶ୍ୱର ପୀଠରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଉଛି । ଶ୍ରଦ୍ଧାଳୁମାନେ ନୁଆ କଂକ୍ରିଟ ସେତୁରେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଛନ୍ତି । ବହୁ ଦୂରରୁ ଲୋକେ ଏଠାକୁ ବାବାଙ୍କ ଦର୍ଶନ ପାଇଁ ଆସିଛନ୍ତି । ବାବାଙ୍କୁ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଆଶୀର୍ବାଦ ନେଇଛନ୍ତି ଶ୍ରଦ୍ଧାଳୁ