କନକ ବ୍ୟୁରୋ : ଆଜି ହେଉଛି କାର୍ତିକ ମାସର ତୃତୀୟ ସୋମବାର । ସେଥିପାଇଁ ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ ରହିଛି କାର୍ତିକ ମାସ ସୋମବାରରେ ମହାଦେବଙ୍କ ଦର୍ଶନ କଲେ ପୂର୍ଣ୍ଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । ତେଣୁ ସକାଳୁ ସକାଳୁ ଧବଳେଶ୍ୱର ପୀଠରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।
ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଉଛି । ଶ୍ରଦ୍ଧାଳୁମାନେ ନୁଆ କଂକ୍ରିଟ ସେତୁରେ ଆସି ଧବଳେଶ୍ୱରଙ୍କ ଦର୍ଶନ କରିଛନ୍ତି । ବହୁ ଦୂରରୁ ଲୋକେ ଏଠାକୁ ବାବାଙ୍କ ଦର୍ଶନ ପାଇଁ ଆସିଛନ୍ତି । ବାବାଙ୍କୁ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଆଶୀର୍ବାଦ ନେଇଛନ୍ତି ଶ୍ରଦ୍ଧାଳୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-13-at-7.59.08-AM.jpg)