ମାତ୍ର ୧୫ ଦିନ ଛୁଟିରେ ପ୍ରସ୍ତୁତି କଲେ : ବନିଗଲେ ଆଏଏସ୍

213

କନକ ବ୍ୟୁରୋ: ଚାକିରିରୁ ନେଲେ ମାତ୍ର ୧୫ ଦିନର ଛୁଟି । ଆଉ ଏତିକି ଦିନର ପ୍ରସ୍ତୁତିରେ ହେଲେ ଆଇଏଏସ୍ । ଆମେ କହୁଛୁ ସୁରଟର କାର୍ତ୍ତିକ ଜିବାନୀଙ୍କ କଥା । ଆଇପିଏସ୍ ଥିଲେ କାର୍ତ୍ତିକ । ହେଲେ ଆଇଏଏସ୍ ପ୍ରତି ଥିବା ତାଙ୍କ ମୋହ ଯାଇନଥିଲା । କିନ୍ତୁ ବ୍ୟସ୍ତପୂର୍ଣ୍ଣ ଆଇପିଏସ୍ ଚାକିରିରୁ ନେଇଥିଲେ ମାତ୍ର ୧୫ ଦିନର ଛୁଟି ।ଏତିକି ମାତ୍ର୍ର ଦିନରେ କରିଥିଲେ ଆଇଏଏସ୍ ପାଇଁ ପ୍ରସ୍ତୁତି ।ଆଉ ୟୁପିଏସସିରେ ଅଧିକାର କଲେ ୮ତମ ସ୍ଥାନ । ଏହାସହ କାର୍ତ୍ତିକ ଗୁଜୁରାଟର ସର୍ବୋଚ୍ଚ ର୍ୟାଙ୍କ ହାସଲ କରିଛନ୍ତି ।

ଦ୍ୱାଦଶ ପାସ୍ କରିବା ପରେ କାର୍ତ୍ତିକ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟ)ରେ ଯୋଗ ଦେଲେ । ଏଠାରୁ ମେକାନିକାଲ ଇଂଜିନିୟରିଙ୍ଗ ଶେଷ କରିବା ପରେ ୟୁପିଏସସି ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କଲେ । ଏଥିପାଇଁ ୨୦୧୬ରେ ଆରମ୍ଭ କଲେ ପ୍ରସ୍ତୁତି । ୨୦୧୭ରେ ପ୍ରଥମ ପରୀକ୍ଷା ଦେଇଥିଲେ ପ୍ରଥମ ପରୀକ୍ଷାରେ ବିଫଳ ହୋଇଥିଲେ କାର୍ତ୍ତିକ । ଏହାପରେ ପୁଣି ୨ ବର୍ଷ କଠିନ ପରିଶ୍ରମ କରି ୨୦୧୯ରେ ଦ୍ୱିତୀୟ ଥର ୟୁପିଏସସି ପରୀକ୍ଷା ଦେଲେ । ଏଥିରେ ସଫଳ ହୋଇଥିଲେ । ଏଥିରେ ତାଙ୍କୁ ସର୍ବ ଭାରତୀୟ ସ୍ତରରେ ୮୪ ତମ ସ୍ଥାନ ମିଳିଥିଲା । ଏଥିରେ ତାଙ୍କୁ ଆଇପିଏସ୍ ଭାବେ ମନୋନୀତ କରାଯାଇଥିଲା । କିନ୍ତୁ ଏଥିରେ ଖୁସି ନଥିଲେ କାର୍ତ୍ତିକ । କାରଣ ତାଙ୍କର ଲକ୍ଷ୍ୟ ଥିଲା ଆଇଏଏସ୍ । ତୃତୀୟ ପ୍ରୟାସରେ ମାତ୍ର ୨ଟି ର୍ୟାଙ୍କ ଯୋଗୁଁ ସେ ଆଇଏଏସ୍ ହେବାରୁ ବଞ୍ଚିତ ହେଲେ । ହେଲେ ଆଇଏସ୍ ହେବାର ଜିଦି ଛାଡିଲେନି । ଏବଂ ଚତୁର୍ଥ ପର୍ଯ୍ୟାୟରେ ସର୍ବ ଭାରତୀୟ ସ୍ତରରେ ୮ତମ ସ୍ଥାନ ରଖି ଆଇଏଏସ୍ ହେବାର ସ୍ୱପ୍ନ ପୂରଣ କଲେ ।

ସବୁଠୁ ବଡ କଥା ହେଲା ଏହି ପରୀକ୍ଷା ପାଇଁ ଆଇପିଏସ୍ ଚାକିରିରୁ କାର୍ତ୍ତିକ ନେଇଥିଲେ ମାତ୍ର ୧୫ ଦିନର ଛୁଟି । ୟାରି ଭିତରେ ନିଜକୁ ପ୍ରସ୍ତୁତ କରି ପରୀକ୍ଷା ହଲରେ ବସିଥିଲେ । ଏତେ କାର୍ଯ୍ୟ ବ୍ୟସ୍ତତା ଭିତରେ ବି ସେ ଦିନକୁ ୧୦ ଘଣ୍ଟା ପଢିବାରେ ବିତାଉଥିଲେ । ପ୍ରକୃତରେ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ହେଲେ ଅସୀମ ଧୈର୍ଯ୍ୟ ଆବଶ୍ୟକ, ଯାହାର ନିଚ୍ଛକ ଉଦାହାରଣ ହେଉଛନ୍ତି କାର୍ତ୍ତିକ ଜିବାନୀ ।