ଫିଲ୍ମ ପାଇଁ ସଠିକ୍ କାହାଣୀ ବାଛିବାର କ୍ଷମତା ଥିବାରୁ ଖୁବ୍ କମ ସମୟରେ ବହୁତ ଆଗକୁ ବଢ଼ିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ଆଗକୁ ତାଙ୍କର ୩ଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ସାମିଲ ଅଛି ଲଭ୍ ଆଜ୍ କଲ-୨, ଭୁଲ ଭୁଲୈୟା-୨ ଏବଂ ପତି ପତ୍ନୀ ଔର୍ ଓ୍ଵ । କାର୍ତ୍ତିକଙ୍କ ରେକର୍ଡ ଅନୁଯାୟୀ, ସେ ଖୁବ୍ କମ ବଜେଟର ଫିଲ୍ମରେ କାମ କରୁଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥାଏ । ତେବେ ଅନ୍ୟ କଳାକାରଙ୍କ ଭଳି କାର୍ତ୍ତିକଙ୍କ ଯାତ୍ରା ମଧ୍ୟ ସହଜ ନଥିଲା । ଆରମ୍ଭରୁ ଲୋକେ ତାଙ୍କୁ ବିଜ୍ଞାପନ ପାଇଁ ମଧ୍ୟ ଯୋଗ୍ୟ ନୁହଁ ବୋଲି ଭାବୁଥିବା କଥା କହିଛନ୍ତି କାର୍ତ୍ତିକ୍ ।
ଫିଲ୍ମଫେୟାର ପତ୍ରିକାକୁ ସାକ୍ଷାତକାର ଦେଇ କାର୍ତ୍ତିକ୍ କହିଛନ୍ତି କି, ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହେବା ଏବଂ ପରେ ତୁମେ ଏହା ପାଇଁ ଯୋଗ୍ୟ ନୁହଁ ବୋଲି ଶୁଣିବା ମୋତେ ବହୁତ ଖରାପ ଲାଗୁଥିଲା । ଏଭଳି ହେବା ଦ୍ୱାରା ମୋର ଆତ୍ମବିଶ୍ୱାସ ଭାଙ୍ଗି ଯାଉଥିଲା । ଥରେ ମୋତେ ଜଣେ କାଷ୍ଟିଙ୍ଗ୍ ଡିରେକ୍ଟର କରିଥିଲେ, ତୁମର କିଛି ହୋଇ ପାରିବ ନାହିଁ । ତୁମକୁ ତ ବିଜ୍ଞାପନ ବା ଟିଭି ସୋ’ରେ ମଧ୍ୟ କାମ ମିଳିବା ଅସମ୍ଭବ । ତୁମେ ତୁମ ସମୟ ନଷ୍ଟ କରୁଛ । ସାରା ଜୀବନ ସଂଘର୍ଷ କରି ରହିଯିବ ବୋଲି କହିଥିଲେ । କିନ୍ତୁ ପରେ ସେ ନିଜର ଭୁଲ ବୁଝିବା ସହ ମୋତେ ଫୋନ କରି କ୍ଷମା ମାଗିଥିଲେ ।