କରତାରପୁର ସାହେବ ଉପରେ ପାକିସ୍ତାନ ରିଲିଜ କଲା ଗୀତ ! ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ସହ ଦେଖିବାକୁ ମିଳିଲେ ସିଦ୍ଧୁ ଏବଂ ଭିଣ୍ଡରାବାଲେ । 

209

ପାକିସ୍ତାନ କରତାରପୁର ସାହେବ ଉପରେ ରିଲିଜ କଲା ଏକ ଗୀତ । ଗତକାଲି କରତାରପୁର ଠାରେ ଗୁରୁ ନାନକଙ୍କ ୫୫୦ ପ୍ରକାସ ପର୍ବର ପ୍ରସ୍ତୁତ ଜୋରଦାର ଚାଲିଥିଲା । ୯ ନଭେମ୍ବରକୁ ଏହି କୋରିଡରର ଉଦଘାଟନ ହେବାକୁ ଅଛି । ଏହା ପୂର୍ବରୁ ପାକିସ୍ତାନ ସରକାର କରତାରପୁର ସାହେବଙ୍କ ପାଇଁ ଏକ ଅଫିସିଆଲ ଗୀତ ରିଲିଜ୍ କରିଛି । ତିନି ଭାଗରେ ଏହା ପୋଷ୍ଟ କରାଯାଇଛି । ଏଥିରେ ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଦେଖିବାକୁ ମିଳିବ । ଏହାସହ ଜରନେଲ ସିଂ ଓ ଅନ୍ୟ ଖଲିସ୍ତାନୀ ନେତାଙ୍କ ଫୋଟୋ ମଧ୍ୟ ରହିଛି ।

ପାକିସ୍ଥାନର ଏହି ଗୀତ ୪ ମିନିଟର ରହିଛି । ଯେଉଁଥିରେ ପାକିସ୍ତାନର ଓ କରତାରପୁର ସାହେବ ଗୁରୁଦ୍ୱାରାକୁ ନେଇକି ଚାଲିଥିବା ପ୍ରସ୍ତୁତି, ଭାରତରୁ ମିଳୁଥିବା ଶିକ୍ଷାର ଅନୁଭବକୁ ଦେଖାଯାଇଛି । ଏତଦ୍ ବ୍ୟତିତ କରତାରପୁର କୋରିଡର ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦେଇଥିବା କିଛି ଭାଷଣ ମଧ୍ୟ ରହିଛି । ଏତିକି ନୁହେଁ କଂଗ୍ରେସ ନେତା ଓ ପୂର୍ବ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ପ୍ରମୁଖତା ମଧ୍ୟ ଦେଖାଯାଇଛି । ଏଠାରେ କହିରଖୁଛୁ ଯେ, ପାକିସ୍ତାନ ସିଦ୍ଧୁଙ୍କୁ ନିଜ ସହିତ ଯୋଡି ରଖିଥିବା ବେଳେ ଅପରପାର୍ଶ୍ୱରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ କହିଛନ୍ତି ଆମକୁ ପାକିସ୍ତାନ ଠାରୁ ସତର୍କ ରହିବାକୁ ପଡିବ ।