କର୍ତାରପୁର କରିଡର ପାଇଁ ବୈଠକ । ୱାଘା ବର୍ଡରରେ ପାକ୍ ଅଧିକାରୀଙ୍କ ସହ ଭାରତୀୟ ପ୍ରତିନିଧି ଦଳର ଆଲୋଚନା, କର୍ତାରପୁର ସାହିବ ଦର୍ଶନ ସହଜ କରିବାକୁ ଭାରତର ଦାବି ।

185

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି କର୍ତାରପୁର କରିଡର ବୈଠକ । ଭାରତ-ପାକିସ୍ତାନ ମଧ୍ୟରେ ଥିବା ଅଟାରି ବର୍ଡରରେ ଏହି ବୈଠକ ବସିଛି । କର୍ତାରପୁର କରିଡର ରୂପରେଖ ଓ ବୈଷୟିକ ପ୍ରସଙ୍ଗ ନେଇ ଦୁଇ ଦେଶର ପ୍ରତିନିଧି ଆଲୋଚନା କରୁଛନ୍ତି । ଉଭୟ ଦେଶର ୨୦ ଜଣିଆ ପ୍ରତିନିଧି ଏହି ବୈଠକରେ ସାମିଲ ହୋଇଛନ୍ତି । ବହୁ ସଂଖ୍ୟକ ତୀର୍ଥଯାତ୍ରୀ କର୍ତାରପୁର ସାହିବ ପରିଦର୍ଶନ କରିବାକୁ ଯେପରି ଯାଇପାରିବେ ଏପ୍ରସଙ୍ଗରେ ଭାରତ ଜୋର ଦେଉଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଦୋରାବାବା ନାନକ ଯାତ୍ରୀ ଟର୍ମିନାଲ ପରିସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଚଳିତବର୍ଷ ନଭେମ୍ବରରେ ପଡ଼ୁଛି । ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା ରହିଛି । ଦିନକୁ ୫ ହଜାର ଯାତ୍ରୀ ଏହି ଟର୍ମିନାଲ ଦେଇ ସୁବିଧାରେ ଯେପରି ପାକିସ୍ତାନର ଗୁରୁଦ୍ୱାରା କର୍ତାରପୁର ସାହିବ ଯାଇ ଦର୍ଶନ କରିପାରିବେ ସେହି ବ୍ୟବସ୍ଥା କରାଯାଉଛି । ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଦୃଷ୍ଟିରୁ ଆଜିର ବୈଠକକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।