ବଢ଼ୁଛି ଟ୍ୱିନ୍ ସିଟିରେ କରୋନା ଭୟ : ଲୋକ ମାନୁନାହାନ୍ତି କରୋନା ନିୟମ, ବୁଧବାର ଯାଏଁ ସରକାର ଦେଲେ ସମୟ ; ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ  

ଟିକା ନଆସିବା ପର୍ଯ୍ୟନ୍ତ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ

303

କନକ ବ୍ୟୁରୋ : ରାଜ୍ୟରେ ମଧ୍ୟ କରୋନା ମିଟର ଉପରକୁ ଉଠିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କହିଛନ୍ତି ସଂକ୍ରମଣ ବଢୁଥିଲେ ବି ଲୋକେ କଟକଣା କୋହଳ ପରେ ଅତି ବେପରୁଆ ହୋଇଯାଇଛନ୍ତି । କଟକ ଓ ଭୁବନେଶ୍ୱରରେ ସ୍ଥିତି ଅଧିକ ସଂଗୀନ ହେଉଛି । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଟ୍ୱିନସିଟିର ତୃଣମୂଳ ସ୍ତରରେ ଅନୁଧ୍ୟାନକରି ଏଭଳି ରିପୋର୍ଟ ଦେଇଛନ୍ତି । ଏହାସହ ଭିଡ ଭିତରେ କେମିତି ଲୋକେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଣ ଦେଖା କରୁଛନ୍ତି ସେନେଇ ଭିଡିଓ ରେକର୍ଡିଂ ଜାରି କରିଛନ୍ତି ।

ଆଉ କହିଛନ୍ତି ଦୁଇଦିନ ପରେ ନିୟମ ନମାନିଲେ କଠୋର ପଦକ୍ଷେପ ନିଆଯିବ । ଅନଲକରେ କୋଭିଡ ସମ୍ବନ୍ଧୀୟ ନିୟମାବଳୀ ନମାନିଲେ ବୁଧବାର ଠାରୁ ଧରପଗଡ ଜୋରଦାର ହେବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।