କରୋନା ପୋଛି ଦେଲା ପରିବାର : ଦିନ କେଇଟାରେ ବାପା,ମା ଓ ପୁଅଙ୍କ ଗଲା ଜୀବନ

ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍‌ଏସିରେ କରୋନା ସଂକ୍ରମଣ ସ୍ଥିତି ଏବେ ଆତଙ୍କ ଖେଳାଇ ରଖିଛି। ଏମିତି ସମୟରେ ଖୋଦ୍‌ ଦିଗପହଣ୍ଡି ସହରରେ ଏକ ଦୁଃଖଦ ଘଟଣା ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରି ଦେଇଛି। କରୋନାରେ ଛଅ ଦିନ ମଧ୍ୟରେ ପରିବାରର ତିନି‌ ଜଣ ଆଖି ବୁଜିଛନ୍ତି। ଏବେ କେବଳ ବୋହୂ ପରିବାରର ଜଣେ ସଦସ୍ୟା ଭାବେ ସୁସ୍ଥ ‌ହୋଇ ହସ୍ପିଟାଲରୁ ‌ଫେରିଛନ୍ତି।

ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ୍‌ରେ ରହୁଥିଲେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରିବାର। କୃଷ୍ଣଚନ୍ଦ୍ରଙ୍କ ପୁଅ ରିଙ୍କୁ ଓରଫ୍‌ ଇ. ଜିତେନ୍ଦ୍ର ପାତ୍ର ବସ୍‌ଷ୍ଟାଣ୍ଡ୍‌ଠାରେ ଏକ ଇଲେକ୍‌ଟ୍ରୋନିକ୍‌ ଦୋକାନ କରିଥିଲେ। କୃଷ୍ଣଙ୍କ ପରିବାରର ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ କୋଭିଡ଼୍‌ ହସ୍‌ପ୍ସିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବୁଧବାର ସକାଳେ ପ୍ରଥମେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଜାନକୀ ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ୪ଦିନ ପରେ ଅର୍ଥାତ୍‌ ରବିବାର ଦିନ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ କୋଭିଡ୍‌ ହସ୍ପିଟାଲ୍‌ରେ ରିଙ୍କୁଙ୍କ ପ୍ରାଣ ଚାଲି ଯାଇଥିଲା। କିନ୍ତୁ ମୃତ ରିଙ୍କୁଙ୍କ ପତ୍ନୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ଏତେବଡ଼ ଦୁଃଖର ପାହାଡ଼ ଆଗରେ ପରିବାର ପରିଜନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପରିବାର ସଦସ୍ୟଙ୍କ ଏଭଳି ଦୁଃଖଦ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe