ଗଞ୍ଜାମରୁ ଆସିଲା ଭଲ ଖବର : କରୋନା ସଂକ୍ରମିତ ୫୭ ମାଙ୍କଠାରୁ ଜନ୍ମନେଲେ ନିରୋଗ ଶିଶୁ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟୁଇଟ୍ କରି ସୂଚନା

262

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ସମୟରେ ଆସିଲା ଭଳ ଖବର । କରୋନା ସଂକ୍ରମିତ ମାଆଙ୍କ ଠାରୁ ଜନ୍ମ ନେଲେ ନିରୋଗ ଶିଶୁ । ଟୁଇଟ୍ କରି ଖୁସି ବ୍ୟକ୍ତ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏହି ଖୁସି ଖବର ଆସିଛି ଗଂଜାମ ଜିଲ୍ଲାରୁ । ଏହି କରୋନା ସମୟରେ ଗଂଜାମ ଜିଲ୍ଲାର କୋଭିଡ୍ ଡାକ୍ତରଖାନା ଗୁଡିକରେ ୫୭ ଜଣ ସୁସ୍ଥ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ଶିଶୁମାନଙ୍କର କରୋନା ନେଗେଟିଭ୍ ଆସିଛି । କୋଭିଡ୍ ଡାକ୍ତରଖାନା ଗୁଡିକରେ ପ୍ରସବ ପାଇଁ ଭର୍ତି ହୋଇଥିବା ସମୟରେ ମହିଳାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।

ତେବେ ଏହି କୋଭିଡ୍ ପଜିଟିଭ୍ ମାଆଙ୍କ ଠାରୁ ଜନ୍ମିତ ପ୍ରାୟ ୫୭ ଜଣ ଶିଶୁ କୋଭିଡ୍ ନେଗେଟିଭ୍ ଆସିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।