ହସ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା : ହୋମ ଆଇସୋଲେସନରେ ଅଛନ୍ତି ମନ୍ତ୍ରୀ ; ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇବାକୁ ପରାମର୍ଶ

136

କନକ ବ୍ୟୁରୋ : ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ । ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ରହିବା ସହ ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ୧୬ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଅରୁଣ ସାହୁ ଓ ସୁଶାନ୍ତ ସିଂ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ମନ୍ତ୍ରୀ କୋଟପାଡ ବିଧାୟକ ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ପଜିଟିଭ ନେଇ ସୂଚନା ଦେଇଛନ୍ତି ।