ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା : ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ; ରାଜଭବନର ୬ କର୍ମଚାରୀ ମଧ୍ୟ ସଂକ୍ରମିତ 

294

କନକ ବ୍ୟୁରୋ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କରୋନା । ରାଜ୍ୟପାଳଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳଙ୍କ ପତ୍ନୀଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏହା ସହିତ ରାଜଭବନର ୬ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ଘରୋଇ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।