ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟଙ୍କୁ କରୋନା : ଟ୍ୱିଟ କରି କହିଲେ, ଆସିଥିଲେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ; ଦେଖାଯାଇନି ଲକ୍ଷଣ କିନ୍ତୁ ରହିଛନ୍ତି ସଙ୍ଗରୋଧରେ, ଘରୁ କରୁଛନ୍ତି କାମ

179

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କୁ କରୋନା । ଏବେ ଗୃହ ସଂଗରୋଧରେ ହୁ ମୁଖ୍ୟ ଟେଡ୍ରସ୍ ଆଧାନମ୍ । ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ପରେ ସେ ନିଜର ପରୀକ୍ଷା କରାଇବା ସହ ନିଜେ ଘରେ ସଂଗରୋଧରେ ରହିିଛନ୍ତି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ହୁ ମୁଖ୍ୟ ଟେଡ୍ରସ୍ ଆଧାନମ୍ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜର ପରୀକ୍ଷା କରାଇବା ସହ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ହୁ ମୁଖ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂଗରୋଧରେ ରହି , ଘରୁ କାମ କରୁଛନ୍ତି । ଏବେ ତାଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖାଯାଉନି, କିନ୍ତୁ ସେ ନିଜ ସୁରକ୍ଷାଗତ କାରଣରୁ ସଂଗରୋଧରେ ଥିବା କହିଛନ୍ତି ।