ଦେଶରେ କମୁଛି କରୋନା : ୨୪ ଘଂଟାରେ ସଂକ୍ରମଣ ୫୦ ହଜାର ତଳେ, ୪୬ ହଜାର ନୂଆ ଆକ୍ରାନ୍ତ ସହ ୫୮୭ ମୃତ

129

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କମୁଛି ସଂକ୍ରମଣ । ଖାଲି ସଂକ୍ରମଣ ନୁହେଁ ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗତ ୨୪ ଘଂଟାରେ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ ଶହ ତଳକୁ ଖସିଛି । ସାରା ଦେଶରୁ ସଂକ୍ରମିତ ହେଇଛନ୍ତି ୪୬ ହଜାର ୭୯୧ଜଣ ।

ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୫୮୭ ଜଣ । ନୂଆ ସଂକ୍ରମିତ ସଂଖ୍ୟା ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୪କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ମହାମାରୀ ନେଲାଣି ୧ଲକ୍ଷ ୧୫ ହଜାର ୧୯୭ଜୀବନ ।ଦୈନିକ ଆକ୍ରାନ୍ତ କମ୍ ଚିହ୍ନଟ ହେଉଥିବାବେଳେ ଅଧିକ ସୁସ୍ଥ ହେଉଛନ୍ତି ।

୬୯ ହଜାର ୭୨୦ ଜଣ ଗତ ୨୪ ଘଂଟାରେ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୬୭ ଲକ୍ଷ ୩୩ ହଜାର ୩୨୯ । ଦେଶରେ ୭ଲକ୍ଷ ୪୮ ହଜାର ୫୩୮ ଜଣ ଚିକିତ୍ସା ହେଉଛନ୍ତି ।