ଦୁଇ ପର୍ଯ୍ୟାୟରେ ହୋଇପାରେ କରୋନା : ଗବେଷଣାରୁ ତଥ୍ୟ ଆଣିଲେ ମାଲକାନଗିରି କୋଭିଡ ମେଡିକାଲ ଅଫିସର ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର , ଜ୍ୱର ହେବାର ୭ ରୁ ୧୦ ଦିନ ଭିତରେ କରୋନା ଭୁତାଣୁ ପୁଣି ହୋଇପାରେ ସକ୍ରିୟ

ଜ୍ୱର ହେବାର ୭ ରୁ ୧୦ ଦିନ ଭିତରେ କରୋନା ଭୁତାଣୁ ପୁଣି ହୋଇପାରେ ସକ୍ରିୟ

978

କନକ ବ୍ୟୁରୋ : ଦୁଇ ପର୍ଯ୍ୟାୟରେ ହୋଇପାରେ କରୋନା । ଜର, କାଶ ବିନା ମଧ୍ୟ ଆପଣ କରୋନା ଆକ୍ରାନ୍ତ ହୋଇପାରନ୍ତି । ଗବେଷଣାରୁ ଏମିତି କିଛି ତଥ୍ୟ ସାମନାକୁ ଆଣିଛନ୍ତି ମାଲକାନଗିରି ଜିଲ୍ଲାର କୋଭିଡ ମେଡିକାଲ ଅଫିସର ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ପ୍ରଥମ ପାଳି ଜର ହେବାର ୭ରୁ ୧୦ ଦିନ ମଧ୍ୟରେ ପୁଣି କରୋନା ଭୁତାଣୁ ସକ୍ରିୟ ହୋଇପାରେ ।

ଏପରିକିି କିଛି ରୋଗୀଙ୍କ ଠାରେ ଭିନ୍ନ ଲକ୍ଷଣ ମଧ୍ୟ ଦେଖା ଦେଇପାରେ । ରାତିରେ ଝାଳ ବୋହିବା, ନାକ ଓଦା ରହିବା, ନାକ ଜଳିବା ଭଳି କୋଭିଡର କିଛି ନୂଆ ଲକ୍ଷଣ ମଧ୍ୟ ଅନୁଧ୍ୟାନ କରିଛନ୍ତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏ ନେଇ ଡାକ୍ତର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବବ୍ରତ ସାନା ।