Gandhinagar: Members of Sri Rajput Karni Sena shout slogans during a massive protest rally against Sanjay Leela Bhansali's movie Padmavati, in Gandhinagar, Gujarat on Sunday. PTI Photo by Santosh Hirlekar(PTI11_12_2017_000117A)
ଛଅ ବର୍ଷରୁ କମ୍ ବୟସର ଶିଶୁ କନ୍ୟା ସହିତ ଦୁଷ୍କର୍ମ କରୁଥିବା ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟ କଲେ ୨୫ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ରାଜସ୍ଥାନର କର୍ଣ୍ଣି ସେନା। ଏଥିସହିତ ଯିଏ ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟ କରିବ ତାର ମକଦ୍ଦମା ଲଢ଼ିବା ପାଇଁ ପୂରା ଖର୍ଚ୍ଚ ବହନ କରିବ ବୋଲି କର୍ଣ୍ଣି ସେନା ଶନିବାର ଘୋଷଣା କରିଛି। କର୍ଣ୍ଣି ସେନା ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ କହିଛି, ସରକାର ଏହି ଜଘନ୍ୟ ଘଟଣାକୁ ରୋକିବା ପାଇଁ ଅସଫଳ ହୋଇଛନ୍ତି । ଯାହାଫଳରେ ସମାଜରେ ଏଭଳି ଅସାମାଜିକ ଲୋକଙ୍କ ସାହାସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜପୁତାନା କର୍ଣ୍ଣି ସେନା ପୁଣିଥରେ ଆଇନକୁ ହାତକୁ ନେବାକୁ ଘୋଷଣା କରିଛି।
ଜାଲୋନ ଜିଲ୍ଲାର କାଲପି କସେଓ୍ଵରେ ଶୁକ୍ରବାର ରାଷ୍ଟ୍ରୀୟ ରାଜପୁତାନା କର୍ଣ୍ଣି ସେନାର ପ୍ରଦେଶ ଅଧ୍ୟକ୍ଷ ବୀର ପ୍ରତାପ ସିଂହ କହିଛନ୍ତି, ଛଅବର୍ଷରୁ କମ୍ ଶିଶୁ କନ୍ୟାକୁ ଦୁଷ୍କର୍ମ କରୁଥିବା ଦୁଷ୍କର୍ମକାରୀଙ୍କ ମୁଣ୍ଡ କାଟିଲେ ୨୫ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। କାରଣ ସାମଜରେ ମହିଳା, ଯୁବତୀ ଓ ବିଶେଷ କରି ନୀରିହ ଶିଶୁଙ୍କ ସହିତ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସରକାର ଏହି ଅପରାଧକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିଲେ ହେଁ ଅସଫଳ ରହିଛନ୍ତି। ତେଣୁ ଆମେ ଏଭଳି ପଦକ୍ଷେପ ନେଇଛୁ।
ଉଲ୍ଲେଖଯୋଗ୍ୟ, ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ଅଭିନୀତ ସିନେମା ‘ପଦ୍ମାବତ୍’ ରିଲିଜକୁ ନେଇ କର୍ଣ୍ଣ ସେନା ଚର୍ଚ୍ଚାରେ ରହିଥିଲା। ‘ପଦ୍ମାବତ୍’ ସିନେମା ରିଲିଜ ହୋଇ ପାରିବ ନାହିଁ ବୋଲି କର୍ଣ୍ଣି ସେନା ଅଡି ବସିଥିଲା। ଏହି ସିନେମା ରିଲିଜ ପୂର୍ବରୁ ଯେଉଁ ଯେଉଁ ସ୍ଥାନରେ ସିନେମାର ପୋଷ୍ଟର ଲାଗିଥିଲା ସେ ସବୁ ପୋଷ୍ଟକୁ ଜଳାଇ ଦେଇଥିଲା କର୍ଣ୍ଣି ସେନା। ଏତଦ୍ ବ୍ୟତୀତ ‘ପଦ୍ମାବତ୍’ ସିନେମାର ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲି ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମୁଣ୍ଡ କାଟ କଲେ ୫କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବି କର୍ଣ୍ଣି ସେନା ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ ସିନେମା ରିଲିଜ ହେବାରେ ସହଯୋଗ କରିଥିଲା କର୍ଣ୍ଣି ସେନା।
Follow Us