ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର

619

କନକ ବ୍ୟୁରୋ : ରାଜସ୍ଥାନରୁ ଆସିଛି ଚାଂଚଲ୍ୟକର ଖବର । ଜାତୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକଙ୍କ ଦିନ ଦ୍ୱିପହରରେ ହତ୍ୟା । ସୁଖଦେବ ସିଂ ଗୋଗାମେଡି ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ବିଭତ୍ସ ହତ୍ୟା କରି ଫେରାର ଅଛନ୍ତି ଦୁବୁର୍ତ । ହତ୍ୟା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ତେବେ ଏହି ଦୃଶ୍ୟ ବିଚଳିତ କରୁଥିବାରୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡିଓ ଦେଖାଇ ପାରୁନୁ । ଭିଡିଓରେ ଦେଖିବାକୁ ମିଳିଛି କି ହତ୍ୟାକାରୀ କିଛି ସମୟ ଧରି ସୁଖଦେବଙ୍କ ସହ ଏକ ରୁମରେ କଥାବାର୍ତା ହେଉଛନ୍ତି । ହଠାତ ସିଟରୁ ଉଠି ଉଭୟ ହତ୍ୟାକାରୀ ଆଖିବୁଜା ଗୁଳିମାଡ କରି ଫେରାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ରୋହିତ ଗୋଦାର ଗ୍ୟାଙ୍ଗ ଘଟଣା ପାଇଁ ନିଜକୁ ଦାୟୀ କରିଛି । ଏହି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଈ ଗ୍ୟାଙ୍ଗ ସହ ସମ୍ପୃକ୍ତ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ସୁଖଦେବଙ୍କୁ ଧମକ ଦେଇ ଆସୁଥିଲା ରୋହିତ ଗୋଦାର ଗ୍ୟାଙ୍ଗ । ବର୍ତମାନ ସେ ଦୁବାଇରେ ରହୁଥିବା ଏନଆଇଏ ସୂଚନା ରହିଛି । ସେପଟେ ରାଜସ୍ଥାନରେ ଆରମ୍ଭ ହୋଇଛି କରଣୀ ସେନା ପ୍ରଦର୍ଶନ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ପୋଡାଜଳ କରି ହତ୍ୟାକାରୀକୁ ଦଣ୍ଡ ଦେବାକୁ ଦାବି କରିଛି କରଣୀ ସେନା ।