କନକ ବ୍ୟୁରୋ: କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମ ନିଷ୍ପତ୍ତି । ରାଜ୍ୟରେ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତି ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ।
Supreme Court says, "Karnataka MLAs not compelled to participate in the trust vote tomorrow." https://t.co/qSfPf8oQ2x
— ANI (@ANI) July 17, 2019
ନିୟମ ଅନୁସାରେ, ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ ବୋଲି କୋର୍ଟ କହିଛନ୍ତି । ତେବେ ବିଦ୍ରୋହୀ ବିଧାୟକ କାଲି ଅନାସ୍ଥା ପ୍ରସ୍ତାବ ବେଳେ ଗୃହରେ ଉପସ୍ଥିତ ରହିବେ । ଏ ନେଇ ସେମାନଙ୍କ ଉପରେ କୌଣସି ଚାପ ପକାଯାଇପାରିବ ନାହିଁ ଓ ନିଷ୍ପତ୍ତି ନେବାରେ ସେମାନେ ସ୍ୱାଧିନ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାଲି କର୍ଣ୍ଣାଟକ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ।
ତେବେ ଏ ବାବଦରେ ବାଚସ୍ପତି ଯାହା ନିଷ୍ପତ୍ତି ନେବେ ସେ ସମ୍ପର୍କରେ ଜଣାଇବାକୁ ବି କୋର୍ଟ କହିଛନ୍ତି । ଜେଡିଏସ-କଂଗ୍ରେସ ମେଂଟ ସରକାରରରୁ ୧୫ ବିଧାୟକଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାକୁ ନେଇ ବିଜେପି-ଓ ଶାସକ ମେଂଟ ମୁହାଁମୁହିଁ ହୋଇଛନ୍ତି ।