କର୍ଣ୍ଣାଟକରେ ଆତଙ୍କବାଦୀ ଆକ୍ରମଣର ଭୟ । ଗଳିକନ୍ଦିରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ

Advertisment
କଡ଼ା ପହରା ସତ୍ୱେ ଭାରତରେ ପଶିଲେ ଆଇଏସଆଇ ଏଜେଣ୍ଟ ସମେତ ୪ ଆତଙ୍କବାଦୀ : ରାଜସ୍ଥାନ-ଗୁଜରାଟ ବର୍ଡ଼ର ସମେତ ପୁରା ଦେଶରେ ହାଇଆଲେର୍ଟ

କନକ ବ୍ୟୁରୋ : ଦେଶର ଆଇଟି ହବ୍ ବାଙ୍ଗାଲୁର ସହରରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା । ଆତ୍ମଘାତୀ ହମଲା ନେଇ ଗୁଇନ୍ଦା ବିଭାଗର ସୂଚନା ପରେ ପୁଲିସ ପ୍ରଶାସନ ତତ୍ପର ହୋଇପଡିଛି । ରାଜ୍ୟରେ ଏକ ଆତଙ୍କବାଦୀ ଗୋଷ୍ଠୀ ଆତ୍ମଘାତୀ ହମଲାର ଷଡଯନ୍ତ୍ର କରିଥିବା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବାଙ୍ଗାଲୁରର ଗଳି କନ୍ଦିରେ ମୁତୟନ ହୋଇଛନ୍ତି ବ୍ୟାପକ ପୁଲିସ ଫୋର୍ସ । ସେହିପରି ଲୋକଗହଳି ସ୍ଥାନରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି । ତେଣୁ ରାଜ୍ୟର ବ୍ୟସ୍ତବହୁଳ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ମନ୍ଦିରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ବାଙ୍ଗାଲୁର, ମାଙ୍ଗାଲୁର, ମହୀଶୂର, ଭଳି ବହୁ ସହରରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି ।

publive-image image courtesy - Webdunia

ବିଭିନ୍ନ ଚେକିଂ ପଏଂଟରେ ଗାଡି ଅଟକାଇ ଲୋକଙ୍କ ବ୍ୟାଗ, ଲଗେଜ୍ ଯାଂଚ କରାଯାଉଛି । ଗତ ଶୁକ୍ରବାର ମାଙ୍ଗାଲୁରରୁ ୮ ଜଣ ସନ୍ଦିଗ୍ଧଙ୍କୁ ଏକ ଲଜରୁ ଗିରଫ କରିଥିଲା ପୁଲିସ । ତାଙ୍କ ଠାରୁ ୨ଟି ପିସ୍ତଲ ଓ ୮ଟି କ୍ୟାଟ୍ରିଜ ଜବତ କରାଯାଇଛି । ଏହା ପରେ ବାଙ୍ଗାଲୁର ପୁଲିସ କମିସନର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ବରୁ ଆଇଏସ ଆତଙ୍କବାଦୀଙ୍କ ସହ ସଂପର୍କରେ ଥିବା ନେଇ କର୍ଣ୍ଣାଟକରେ ଚଢାଉ କରିଥିଲା ଏନଆଇଏ । ସେହିପରି ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ହମଲାର ଲିଙ୍କ ମଧ୍ୟ କର୍ଣ୍ଣାଟକ ସହ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe