୨ ଇଂଜିନିୟରିଂ ଛାତ୍ରଙ୍କ ବଡ଼ ସଫଳତା : ଚଳନ୍ତା ଗାଡ଼ି ଓ ବର୍ଷା ପାଣିରୁ ହେବ ବିଦ୍ୟୁତ ଉତ୍ପାଦନ

Advertisment
୨ ଇଂଜିନିୟରିଂ ଛାତ୍ରଙ୍କ ବଡ଼ ସଫଳତା : ଚଳନ୍ତା ଗାଡ଼ି ଓ ବର୍ଷା ପାଣିରୁ ହେବ ବିଦ୍ୟୁତ ଉତ୍ପାଦନ

ଧୀରେ ଧୀରେ କୌଶଳ କ୍ଷେତ୍ରରେ ଆଗଉଛି ଭାରତ। ଭାରତୀୟ ଯୁବପିଢ଼ି ନୂଆ ନୂଆ ଉଦ୍ଭାବନ କରି ଅନେକ ସମୟରେ ଚକିତ କରାଇଛନ୍ତି। ସେହିପରି କର୍ଣ୍ଣାଟକସ୍ଥିତ କେଇସି ସୋସାଇଟିର ସିଆଇ ମୁନାଭାଲି ପଲିଟେକନିକ୍ କଲେଜର ୨ ଜଣ ସିଭିଲ୍ ଇଞ୍ଜିନିୟରିଂ ଛାତ୍ର। ସେମାନେ ରାଜପଥରେ ଯାଉଥିବା ଚଳନ୍ତା ଗାଡ଼ି ଓ ବର୍ଷା ପାଣିରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିବାର କୌଶଳ ସୃଷ୍ଟି କରିଛନ୍ତି।

ଗତ ମାସ ଲକ୍ଷ୍ନୌରେ ହୋଇଥିବା ଭାରତୀୟ-ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବରେ ପୃଥିବୀରାଜ ଏସ୍ ସରଙ୍ଗମାଥ ଓ ପ୍ରସନ୍ନ କାଲକୋଟି ନାମକ ଦୁଇ ଇଞ୍ଜିନିୟରିଂ ୪ର୍ଥ ବର୍ଷର ଛାତ୍ର ‘ଷ୍ଟାଟେଜିକ୍ ଫର୍ ଏନ୍ହାନସିଂ ଲୋକାଲ୍ ଓ୍ଵାଟର୍ ବଡିଜ୍ ଉଇଥ୍ ଦ ପ୍ରଡକ୍ସନ ଅଫ୍ ଇଲେକଟ୍ରିସିଟି ଥ୍ରୁ ଓ୍ଵାଟର୍ ଆଣ୍ଡ୍ ଏନଲିଲ୍ ଟର୍ବିନେସ୍’ ପ୍ରକଳ୍ପ ଉପସ୍ଥାପନା କରି ପ୍ରଥମ ପୁରସ୍କାର ଜିତିଛନ୍ତି। ଉଲ୍ଲେଖଯୋଗ୍ୟ, ଏନଲିଲ୍ ଟର୍ବିନ୍ର ଅର୍ଥ ହେଉଛି ପବନ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦ। ରାଜପଥ କିମ୍ବା ଯେଉଁସ୍ଥାନରେ ବହୁଳ ଗାଡ଼ି ଚଳାଚଳ କରୁଥିବ ସେହି ସ୍ଥାନରୁ ଏନଲିଲ୍ ଟର୍ବିନ୍ ଉତ୍ପାଦ କରିହେବ।

ଏନଲିଲ୍ ଟର୍ବିନ୍ ଘଣ୍ଟାକୁ ୧କିଲୋଓ୍ଵାଟ୍ ବିଦ୍ୟୁତ୍ ଉତ୍ପାଦନ କରିପାରେ। ଯାହାକୁ ଜମା କରାଯାଇ ପରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବହାରରେ କାର୍ଯ୍ୟରେ ଲଗାଯାଇପାରେ। କେବଳ ସେତିକି ନୁହେଁ, କେତେକ ସ୍ଥାନୀୟ ଗ୍ରାମ ବି ଏହି ଶକ୍ତି ଦ୍ୱାରା ଉପକୃତ ହୋଇପାରନ୍ତି। ଏହି ଶକ୍ତିର ଘଣ୍ଟାକର ଉତ୍ପାଦନରେ ଦୁଇଟି ପରିବାରକୁ ବିଦ୍ୟୁତ୍ ଯୋଗାଯାଇପାରେ। କେବଳ ଏନଲିଲ୍ ଟର୍ବିନ୍ ନୁହେଁ, କର୍ଣ୍ଣାଟକର ଏହି ଦୁଇ ଛାତ୍ର ବର୍ଷା ପାଣିରୁ ବି ବିଦ୍ୟୁତ୍ ଉତ୍ପାଦନ ପ୍ରଣାଳୀ ସିଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe