କନକ ବ୍ୟୁରୋ: କର୍ଣ୍ଣାଟକ ସରକାର ଟଳମଟଳ। ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ତଥା କଂଗ୍ରେସ ନେତା ମୁଦ୍ଦା ଯୋଜନାରେ ଦୁର୍ନୀତି କରିଛନ୍ତି ବୋଲି ଅଭିଯୋଗ ରହିଛି। ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମେତ ସମସ୍ତ ବରିଷ୍ଠ ମନ୍ତ୍ରୀ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ଏବଂ ସିଦ୍ଧରମୈୟା ଇସ୍ତଫା ଦେବେ ନାହିଁ। ସିଦ୍ଧରମୈୟା ମଧ୍ୟ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟରେ କଂଗ୍ରେସ ସରକାର। କେନ୍ଦ୍ରରେ ବିଜେପି ସରକାର ରହିଛି । ଦିଲ୍ଲୀ, ଝାଡଖଣ୍ଡରେ ଅଣ ବିଜେପି ସରକାର ଚାଲିଛି । ସରକାର ଭାଙ୍ଗିବାକୁ ପ୍ରୟାସ କରି ବିଫଳ ହୋଇଛି କେନ୍ଦ୍ର। ଏବେ ରାଜ୍ୟପାଳଙ୍କ ଜରିଆରେ ବିଜେପି କର୍ଣ୍ଣାଟକରେ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ। କର୍ଣ୍ଣାଟକ ବିଧାନସଭାରେ ୨୨୪ଟି ଆସନ ଥିବା ବେଳେ ସେଥିରୁ କଂଗ୍ରେସ ଓ ମେଣ୍ଟ ପାଖରେ ୧୩୭ଟି ଆସନ ରହିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କର୍ଣ୍ଣାଟକରେ ଘୋଡ଼ା ବେପାରକୁ ସିଦ୍ଧରମୈୟା ଓ କଂଗ୍ରେସ କାହିଁକି ଡରୁଛନ୍ତି? ୨୦୧୯ରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ତେଣୁ ଏବେ ସମାନ ଡର କୁଆଡେ ରହିଛି ବୋଲି କୁହାଯାଉଛି।
ପ୍ରଥମେ ନଜର ପକାନ୍ତୁ ମୁଦ୍ଦା ଯୋଜନା କ’ଣ?
-୧୯୯୨ରେ ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ କିଛି ଜମି ଅଧିଗ୍ରହଣ କରିଥିଲା
- ଚାଷୀଙ୍କୁ ଆବାସିକ ଅଞ୍ଚଳକୁ ବିକଶିତ କରିବା ପାଇଁ ସେମାନଙ୍କଠାରୁ କିଛି ଜମି ଅଧିଗ୍ରହଣ ହୋଇଥିଲା
- ଏହି ପ୍ରକ୍ରିୟାରେ ଏହାକୁ ଚାଷ ଜମିରୁ ଅଲଗା କରାଯାଇଥିଲା
- କିନ୍ତୁ ଅଧିଗ୍ରହଣ ହୋଇଥିବା ଜମିର ଏକ ଅଂଶ ୧୯୯୮ରେ ମୁଦା ଦ୍ୱାରା ଚାଷୀଙ୍କୁ ଫେରାଇ ଦିଆଯାଇଥିଲା
- ଫଳରେ ଏହି ଜମି ପୁଣି ଥରେ ଚାଷ ଜମିରେ ପରିଣତ ହୋଇଥିଲା
- ୨୦୦୪ରେ ସିଦ୍ଧରମୈୟାଙ୍କ ପତ୍ନୀ ପାର୍ବତୀଙ୍କ ଭାଇ ବିଏମ୍ ମଲ୍ଲିକାର୍ଜୁନ ସେହି ଜମିରେ ୩.୧୬ ଏକର ଜମି କିଣିଥିଲେ
- ଏହି ସମୟରେ ୨୦୦୪-୦୫ରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଥିଲା
- ସିଦ୍ଧରମୈୟା ଉପ ମୁଖ୍ୟମନ୍ତ୍ରୀ ଥିଲେ
- ଏଭଳି ସ୍ଥିତିରେ ଏହାକୁ ପୁଣି ଥରେ ବିଜ୍ଞାପିତ କରି ଚାଷ ଜମିର ଶ୍ରେଣୀରୁ ଅଲଗା କରାଯାଇଛି
- ଏହାପରେ ସିଦ୍ଧରମୈୟାଙ୍କ ପତ୍ନୀଙ୍କୁ ତାଙ୍କ ଭାଇ ଉପହାର ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
-କିନ୍ତୁ ଆରଟିଆଇ କର୍ମୀ କ୍ରିଷ୍ଣା ଅଭିଯୋଗ କରିଛନ୍ତି ଯେ ମଲ୍ଲିକାର୍ଜୁନ (ସିଦ୍ଧରମୈୟାଙ୍କ ଶାଳକ) ୨୦୦୪ରେ ଏହାକୁ ବେଆଇନ ଭାବେ ହାସଲ କରିଥିଲେ
- ସରକାର ଏବଂ ରାଜସ୍ୱ ଅଧିକାରୀଙ୍କ ସହାୟତାରେ ଜାଲ୍ ଦସ୍ତାବିଜ ବ୍ୟବହାର କରି ଏହାକୁ ପଞ୍ଜୀକୃତ କରାଇଥିଲେ
- ୨୦୧୪ରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପତ୍ନୀ ପାର୍ବତୀ ଜମି ପାଇଁ କ୍ଷତିପୂରଣ ଦାବି କରିଥିଲେ
- ଇତିମଧ୍ୟରେ ୨୦୧୦ରେ ମୁଦ୍ଦା ୫୦:୫୦ ଯୋଜନା ଆରମ୍ଭ କରିଥିଲା
- ଅର୍ଥାତ୍ ମୁଦ୍ଦା ଅଧିଗ୍ରହଣ କରିଥିବା ଜମି ବଦଳରେ ମାଲିକଙ୍କୁ ଅଧା ଜମି ସମାନ ବିକଶିତ ପ୍ଲଟ୍ ଦେବ
- ୨୦୨୦ରେ ୟେଦୁରପ୍ପା ସରକାର ଏହି ଯୋଜନାକୁ ସ୍ଥଗିତ ରଖିଥିଲେ
- କିନ୍ତୁ ବିଜେପିର ବାସବରାଜ ବୋମାଇ ସରକାର ୨୦୨୨-୨୩ରେ ସିଦ୍ଧରମୈୟାଙ୍କ ପତ୍ନୀଙ୍କୁ ୧୪ଟି ପ୍ଲଟ୍ ପ୍ରଦାନ କରିଥିଲେ
- ଏହି ପ୍ଲଟ୍ ମଧ୍ୟ ବିଜୟନଗର ଭଳି ବ୍ୟୟବହୁଳ ଅଞ୍ଚଳରେ ମିଳିଛି
ବିଜେପିର ଅଭିଯୋଗ:
-୪୦୦୦ କୋଟି ଟଙ୍କାର ଦୁର୍ନୀତି ବୋଲି ବିଜେପି ଅଭିଯୋଗ କରିଛି
-ବିଜେପି ଅଭିଯୋଗ କରିଛି ଯେ ୧୯୯୮ରୁ ୨୦୨୩ ପର୍ୟ୍ୟନ୍ତ ସିଦ୍ଧରମୈୟା ଲଗାତାର ବିରୋଧୀ ଦଳ ନେତା, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ
- ସିଦ୍ଧରମୟା କୌଣସି ଦସ୍ତାବିଜରେ ଦସ୍ତଖତ କରିନଥିଲେ ବରଂ ନିଜର ପ୍ରଭାବ ବ୍ୟବହାର କରିଥିଲେ
ସିଦ୍ଧରମୈୟାଙ୍କ ଜବାବ:
ସିଦ୍ଧରମୈୟା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ଏହାର ଫାଇଲ୍ ତାଙ୍କ ପାଖକୁ ଆସିଥିଲା
କିନ୍ତୁ ଏହା ଉପରେ କୌଣସି କାର୍ୟ୍ୟ କରିନଥିଲେ
ଯଦି କିଛି ଭୁଲ୍ ହୋଇଛି ତେବେ ବିଜେପି ସରକାର କାହିଁକି ତାଙ୍କ ପତ୍ନୀଙ୍କୁ ପ୍ଲଟ୍ ଦେଲେ?
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ୟ୍ୟାଳୟ ବିବୃତିରେ କହିଛି ଯେ ସେ ଓବିସି, ତେଣୁ ବିଜେପି ତାଙ୍କ ବିରୋଧରେ